Below header

ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ଇଞ୍ଜିନ ସହିତ ବଗି ଜଳି ପାଉଁଶ: ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି। ମେରୁଠର ଦୌରାଲା ଷ୍ଟେସନରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନର ବ୍ରେକ୍ ଜାମ୍‌ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରେନ୍ ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହାର ଇଞ୍ଜିନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଇଞ୍ଜିନ ନିକଟରେ ଥିବା ବିଗରେ ଯାତ୍ରୀମାନେ ଯେତେବେଳେ ପାଦ ତଳେ ଧୂଆଁ ଏବଂ ସ୍ପାର୍କଂ ହେଉଥିବାର ଦେଖିଥିଲେ ପରେ ସେମାନେ ଟ୍ରେନରୁ ବାହାରି ପ୍ଲାଟଫର୍ମରେ ଦୌଡ଼ିଥିଲେ । ପରେ ଅନ୍ୟ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ସତର୍କ କରାଯାଇଥିଲା ।

ଇଞ୍ଜିନରେ ନିଆଁ ଲାଗିବା ପରେ ଦେଖୁଦେଖୁ ପଛ ବଗିକୁ ବ୍ୟାପିଯାଇଥିଲା । ଫାୟାର ଗାଡି ଆସିବା ବେଳକୁ ଇଞ୍ଜିନ ସମେତ ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା । ଭୟଙ୍କର ନିଆଁରେ କିଛି ସମୟ ମଧ୍ୟରେ ବଗି ପାଉଁଶ ହୋଇଯାଇଥିଲା । କିଛି ଯାତ୍ରୀଙ୍କ ସାହାଯ୍ୟରେ ଟ୍ରେନର ଅନ୍ୟ ବଗିଗୁଡ଼ିକୁ କାଟି ଅଲଗା କରାଯାଇଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।

Also Read : ପୁଟିନଙ୍କ ନୂଆ ଯୋଜନା: ୟୁକ୍ରେନିମାନଙ୍କୁ ସର୍ବସାଧାରଣରେ ଦିଆଯିବ ଫାଶୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.