ବକ୍ସ ଅଫିସରେ ଧମାଲ୍‌ କରୁଛି ଗଙ୍ଗୁବାଇ କାଠିଆଓ୍ଵାଡି, ମାତ୍ର ସପ୍ତାହେ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ

ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ଵାଡି ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ସଂଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ଓ୍ଵାଲର୍ଡ ଓ୍ଵାଇଡ ଧମାଲ କରୁଛି । ଫିଲ୍ମଟି ସପ୍ତାହ ମଧ୍ୟ ବକ୍ସ ଅଫିସରେ ୧୦୮ କୋଟି ଟଙ୍କା ଆୟ କରିସାରିଲାଣି । କେବଳ ସେତିକି ନୁହେଁ, ଓ୍ଵାଲର୍ଡ ଓ୍ଵାଇଡ୍‌ ମଧ୍ୟ ଆଲିଆଙ୍କ ପ୍ରଶଂସା କରାଯାଉଛି।

ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି । ଆଜି ଅଷ୍ଟମ ଦିନରେ ବି ଗଙ୍ଗୁବାଇ କାଠିଆଓ୍ଵାଡି ୪.୫୦ କୋଟି ଟଙ୍କା କଲେକ୍ସନ୍ କରିଛି । ଆଗକୁ ଆଲିଆଙ୍କ ଫିଲ୍ମ ହୁଏତ ଭଲ କଲେକ୍ସନ କରି ନପାରେ। ଆସନ୍ତା ସପ୍ତାହରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ରାଧେ ଶ୍ୟାମ ରିଲିଜ୍ ହେବ । ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି।

ଏହାଛଡା ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଚ୍ଚନ ପାଣ୍ଡେ ମଧ୍ୟ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଯାଇଛି । ତେଣୁ ଆଗାମୀ ଦିନରେ ଆଲିଆଙ୍କ ଫିଲ୍ମ ପାଇଁ ମୁସ୍କିଲ୍ ସାବ୍ୟସ୍ତ ହୋଇପାରେ । ସୂଚନାଯୋଗ୍ୟ, ଆଲିଆଙ୍କ ଫିଲ୍ମ “ଗଙ୍ଗୁବାଇ କାଠିଆୱାଡ୍” ହୁର୍ସେନ ଜୈଦ୍ ଙ୍କ ବହି “ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ” ଉପରେ ଆଧାରିତ । ଏଥିରେ ଆଲିଆ ଗଙ୍ଗୁବାଇ ଭୂମିକାରେ ନଜର ଆସିଥିବା ବେଳେ କୋରିଓଗ୍ରାଫର ସାନ୍ତନୁ ମାହେଶ୍ୱରୀ ପ୍ରମୁଖ ଭୂମିକାରେ ରହିଛନ୍ତି। ଅଜୟ ଦେବଗନ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

video courtesy: Pen Movies

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.