Below header

ପୁଟିନଙ୍କ ନୂଆ ଯୋଜନା: ୟୁକ୍ରେନିମାନଙ୍କୁ ସର୍ବସାଧାରଣରେ ଦିଆଯିବ ଫାଶୀ

ୟୁକେନ୍ ଉପରେ ରୁଷ ଆକ୍ରମଣର ଆଜି ହେଉଛି ୧୦ମ ଦିନ । ଆଜିବି ରୁଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏପରିକି ରୁଷର ସୈନ୍ୟ ମାନେ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ଏହି ସମୟ ମଧ୍ୟରେ ରୁଷର ଯୋଜନା ବିଷୟରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସୁଛି। ୟୁକ୍ରେନରେ ମନୋବଳ ଭାଙ୍ଗିବା ପାଇଁ ରୁଷ ଜନସାଧାରଣଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା ଦଲିଲଗୁଡ଼ିକ ସୂଚିତ କରେ ଯେ ରୁଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସେସ୍ ଜନସାଧାରଣଙ୍କୁ ନିରାଶ କରିବା ପାଇଁ ୟୁକ୍ରେନ ସହରରେ ସର୍ବସାଧାରଣରେ ଫାସୀ ଦେବା ପାଇଁ ଯୋଜନା କରୁଛି ।

ଏହା ମଧ୍ୟ ଦାବି କରାଯାଇଛି ଯେ ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଏକ ଗୁରୁତର ତଥା ମାରାତ୍ମକ ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ମନୋବଳ ଭାଙ୍ଗିବା ପାଇଁ ରୁଷ ୟୁକ୍ରେନ ସହରଗୁଡିକରେ ଖୋଲାଖୋଲି ଭାବରେ ୟୁକ୍ରେନମାନଙ୍କୁ ଫାସୀ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ହେଉଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଜଣେ ଅଜ୍ଞାତ ଇଉରୋପୀୟ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ, ପ୍ରଦର୍ଶନକାରୀଙ୍କ ଉପରେ କଟକଣା ଲଗାଇବା ପାଇଁ ରୁଷ ଫାସୀ ଦଣ୍ଡ ଦେବା ଯୋଜନାକୁ କାର୍ଯ୍ୟକାରୀ କରିପାରେ। ତେବ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ୟୁକ୍ରେନବାସୀଙ୍କ ମନୋବଳ ଭାଙ୍ଗିବା।

ରିପୋଟର କିଟି ଡୋନାଲ୍ଡସନ୍ ଟୁଇଟ୍ କରି କହିଛନ୍ତି ଯେ ୟୁକ୍ରେନବାସୀଙ୍କ ମନୋବଳ ଭାଙ୍ଗିବା ପାଇଁ ହିଂସାତ୍ମକ ମାଓବାଦୀ ନିୟନ୍ତ୍ରଣ ତଥା ପ୍ରଦର୍ଶନକାରୀଙ୍କ ଉପରେ ଦମନକାରୀ ସଂସ୍ଥା ମଧ୍ୟ ଏଜେନ୍ସି ଯୋଜନା କରୁଛି। ଲଗାତାର ୧୦ ଦିନ ଧରି ରୁଷର ସୈନିକ ମାନେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶୁକ୍ରବାର ଦିନ, ୟୁରୋପର ସବୁଠୁ ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହେବାର ଖବର ସାମ୍ନାକୁ ଆସିଥିଲା ଯାହା ପରେ ସାରା ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି।

ସୂଚନା ଯୋଗ୍ୟ ରୁଷର ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ବଡ ବଡ କୋଠା ଏବଂ ସ୍କୁଲ ଉପରେ ମଧ୍ୟ ଆକ୍ରମଣ କରାଯାଉଛି। ଖେରସାନ ସହରକୁ ରୁଷର ସୈନ୍ୟ ମାନେ କବ୍ଜା କରି ରଖିଛନ୍ତି । ଅବଶ୍ୟ, ଅନେକ ସ୍ଥାନରେ ଆକ୍ରମଣକାରୀମାନେ ୟୁକ୍ରେନର ଭୟଙ୍କର ପ୍ରତିରୋଧର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନ ଅଧିକାରୀଙ୍କ କହିବାନୁସାରେ, ବନ୍ଦର ସହର ମାରିଆପୋଲକୁ ଲଗାତାର ବୋମାମାଡ଼ କରାଯାଉଛି।ଶୁକ୍ରବାର ଦିନ ଚେର୍ନିହାଇୱେରେ ଥିବା ଏକ ଆପାର୍ଟମେଣ୍ଟ ବ୍ଲକରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଅନେକ ଲୋକଙ୍କ ମୃତ୍ୟୁ ବରଣ କରିଛନ୍ତି ।

 

ଆହୁରି ପଢନ୍ତୁ : ଯୁଦ୍ଧରେ ନିୟମ କାନୁନ, କଣ କେବେ ବି କେମିତି ବି ଯୁଦ୍ଧ କରିହେବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.