ଭିଜିଲାନ୍ସ ହାତରେ ଆର ଆଣ୍ଡ ବି ଜେଇ: ବିଲ୍ ପାସ୍ କରାଇଦେବାକୁ କହି ଠିକାଦାରଙ୍କ ଠାରୁ ନେଉଥିଲେ ୧୫ ହଜାର ଲାଞ୍ଚ

କଟକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଜେଇ । ଆର ଆଣ୍ଡ ବି ଜେଇ ଭାବେ କାର୍ଯ୍ୟରତ ଧୃବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କଟକ ବଡ ମେଡିକାଲରେ ଏକ କାର୍ଯ୍ୟର ବିଲ ପାସ୍ କରାଇଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଧ୍ରୁବାନନ୍ଦ । ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।