Below header

ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲା, ୩ କର୍ମଚାରୀ ଗିରଫ

ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ୩ କର୍ମଚାରୀ ଗିରଫ। ତିନିଟି ଜିଲ୍ଲାରୁ ଅନ୍‌ଲାଇନ୍‌ରେ ୪୩ ଲକ୍ଷ ଟଙ୍କା ଠକେଇ କରିଥିବା ୩କର୍ମଚାରୀଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ। ତିନି ଅଭିଯୁକ୍ତ ଫ୍ଲିପ୍‌କାର୍ଟର ବିତରଣ କାର୍ଯ୍ୟାଳୟରେ କାମ କରୁଥିଲେ।

ବୌଦ୍ଧ : ଫ୍ଲିପ୍‌କାର୍ଟର ୪୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ୩ କର୍ମଚାରୀ ଗିରଫ। ତିନିଟି ଜିଲ୍ଲାରୁ ଅନ୍‌ଲାଇନ୍‌ରେ ୪୩ ଲକ୍ଷ ଟଙ୍କା ଠକେଇ କରିଥିବା ୩କର୍ମଚାରୀଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ। ତିନି ଅଭିଯୁକ୍ତ ଫ୍ଲିପ୍‌କାର୍ଟର ବିତରଣ କାର୍ଯ୍ୟାଳୟରେ କାମ କରୁଥିଲେ।

କ୍ୟାସ ଅନ୍‌ ଡେଲିଭରି ଭାବରେ ଆସୁଥିବା ସାମଗ୍ରୀର ଅର୍ଥରାଶିକୁ କମ୍ପାନୀକୁ ନପଠାଇ ତାକୁ ନିଜେ ହଡ଼ପ କରିନେଉଥିଲେ। ଏନେଇ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ, କଣ୍ଟାମାଳ ଓ ଅନୁଗୋଳ ଜିଲ୍ଲା ବାମୁର ଠାରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ଫୋନ୍‌ ଟ୍ରାକ୍‌ କରାଯାଇଥିଲା।

ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଓ ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ନୟାଗଡ ଜିଲାର ସୁନିଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଂଜନ ପ୍ରଧାନ ଏବଂ ବାଲେଶ୍ୱର ଜିଲାର ବ୍ୟୋମକେଶ ଗିରି। ଏନେଇ ବୌଦ୍ଧ ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.