Below header

ହରିଦାସପୁର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଏଠାରେ ପୂର୍ବରୁ ଛିଡା ହୋଇଥିବା ଏକ୍ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରୁ ଆଜି ଅପରାହ୍ନ ସମୟରେ ହଠାତ ଧୂଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ଚଣ୍ଡିଖୋଲ ଅଗ୍ନିଶମ ବହିନୀକୁ ଖବର ଦିଆଯାଇଥିଲା।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ମୁତାବକ ଇଞ୍ଜିନ୍ ବିହୀନ କୋଇଲା ବୋଝେଇ ମାଲବାହୀ ୱାଗନ ଗତକାଲି ଠାରୁ ଷ୍ଟେସନ ନିକଟରେ ଛିଡା ହୋଇଥିଲା। ତେବେ ଆଜି ଅପରାହ୍ନରେ ଗୋଟିଏ ୱାଗନରୁ ଧୂଆଁ ବାହାରିବା ପରେ ଏଥିରେ ନିଆଁ ଲାଗିଥିବା ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.