Below header

ଟମାଟୋ କିଲୋ ୮୦ ଟଙ୍କା ସ୍ଥିର କଲେ ସରକାର

ଦେଶରେ ପନିପରିବାର ଦର ଆକାଶଛୁଆଁ ହୋଇଛି। ଏଣୁ ଖାଉଟି ଚିନ୍ତାରେ ଅଛନ୍ତି। ପରିବା ଦରବୃଦ୍ଧିକୁ ବିରୋଧୀମାନେ ଏକ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଥିବା ବେଳେ ପରିବା ମଧ୍ୟରେ ସର୍ବାଧିକ ଦର ବୃଦ୍ଧି ହୋଇଥିବା ଟମାଟୋର ସର୍ବାଧିକ ବିକ୍ରୟମୂଲ୍ୟ ସ୍ଥିର କରିଛନ୍ତି ସରକାର।

ନୂଆଦିଲ୍ଲୀ: ଦେଶରେ ପନିପରିବାର ଦର ଆକାଶଛୁଆଁ ହୋଇଛି। ଏଣୁ ଖାଉଟି ଚିନ୍ତାରେ ଅଛନ୍ତି। ପରିବା ଦରବୃଦ୍ଧିକୁ ବିରୋଧୀମାନେ ଏକ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଥିବା ବେଳେ ପରିବା ମଧ୍ୟରେ ସର୍ବାଧିକ ଦର ବୃଦ୍ଧି ହୋଇଥିବା ଟମାଟୋର ସର୍ବାଧିକ ବିକ୍ରୟମୂଲ୍ୟ ସ୍ଥିର କରିଛନ୍ତି ସରକାର। କେନ୍ଦ୍ର ସରକାର ରବିବାର ଠାରୁ ଟମାଟୋର ସର୍ବାଧିକ ବିକ୍ରୟ ମୂଲ୍ୟ କିଲୋପ୍ରତି ୮୦ ଟଙ୍କା ସ୍ଥିର କରିଛନ୍ତି।

ନ୍ୟାସନାଲ କୋ ଅପରେଟିଭ କଞ୍ଜୁମର ଫେଡରେସନ ଅଫ୍‌ ଇଣ୍ଡିଆ ଓ ନ୍ୟାସନାଲ ଏଗ୍ରିକଲଚର କୋ ଅପରେଟିଭ ମାର୍କେଟିଂ ଫେଡରେସନ ଅଫ୍‌ ଇଣ୍ଡିଆ ମାଧ୍ୟମରେ ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜଫରପୁର ଓ ଆରାରେ ଆଜିଠାରୁ ଟମାଟୋ କିଲୋପ୍ରତି ୮୦ ଟଙ୍କାରେ ବିକ୍ରି କରିବା ଆରମ୍ଭ କରାଯାଇଛି।

ଆସନ୍ତା କାଲି ଅର୍ଥାତ୍‌ ସୋମବାର ଠାରୁ ଦେଶର ଅନ୍ୟ ସହରଗୁଡିକରେ ଖାଉଟିଙ୍କୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ଯୋଗାଇ ଦିଆଯିବ। ସରକାରୀ ହିସାବ ମୁତାବକ ଦେଶରେ ଏବେ ବିଲାତିର କିଲୋପ୍ରତି ହାରାହାରି ମୂଲ୍ୟ ୧୧୭ ଟଙ୍କା ରହିଛି।

ସେପଟେ ଦିଲ୍ଲୀ ଏନ୍‌ସିଆରରେ ଶୁକ୍ରବାର ଦିନ ୯୦ ଟଙ୍କା କିଲୋପ୍ରତି ଟମାଟୋ ବିକ୍ରି ହୋଇଛି। ମୋବାଇଲ ଭ୍ୟାନ ମାଧ୍ୟମରେ ୯୦ ଟଙ୍କା କିଲୋପ୍ରତି ୧୮ ହଜାର କିଲୋ ଟମାଟୋ ବିକ୍ରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.