କଂଗ୍ରେସରୁ ସସପେଣ୍ଡ ପରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ୍, ତାତିଲେ ସମର୍ଥକ
କଂଗ୍ରେସରୁ ସସପେଣ୍ଡ ପରେ ପୁଣି ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ୍ । ନିଲମ୍ବନକୁ ଚକ୍ରାନ୍ତ କହିଛନ୍ତି । ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସବୁ ପଣ୍ଡ ହେବ ବୋଲି କଳିଙ୍ଗ ଟିଭିକୁ କହିଛନ୍ତି ମହମ୍ମଦ ମୋକିମ୍ । କଂଗ୍ରେସରେ ଅଛି ଓ ରହିବି ।

କଂଗ୍ରେସରୁ ସସପେଣ୍ଡ ପରେ ପୁଣି ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ୍ । ନିଲମ୍ବନକୁ ଚକ୍ରାନ୍ତ କହିଛନ୍ତି । ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସବୁ ପଣ୍ଡ ହେବ ବୋଲି କଳିଙ୍ଗ ଟିଭିକୁ କହିଛନ୍ତି ମହମ୍ମଦ ମୋକିମ୍ । କଂଗ୍ରେସରେ ଅଛି ଓ ରହିବି । ନିଲମ୍ବନ ନିଷ୍ପତ୍ତିର ପୁନର୍ବିଚାର କରିବ ଏଆଇସିସି ।
ଆମେ ପୁଣି ଥରେ ଦଳକୁ ମଜଭୁତ କରିବାକୁ ଲାଗିବେ ବୋଲି କହିଛନ୍ତି ମହମ୍ମଦ ମୋକିମ୍ । କଂଗ୍ରେସ ଛାଡିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ଆଗାମୀ ନିର୍ବାଚନରେ ବାରବାଟୀ-କଟକରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମହମ୍ମଦ ମୋକିମ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବନ କରିଛି ।
ମହମ୍ମଦ ମୋକିମଙ୍କ ନିଲମ୍ବନ ପରେ ତାତିଲେ ମୋକିମ ସମର୍ଥକ। ଭୁବନେଶ୍ୱରରେ କଂଗ୍ରେସ ଭବନ ସମୁଖରେ ବାରବାଟୀ କଟକ ବିଧାୟକଙ୍କ ସମର୍ଥକ ନାରାବାଜି କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ବିରୋଧରେ ଗର୍ଜିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କୁ ନିଲମ୍ବନ ବେଆଇନ ବୋଲି କହିଛନ୍ତି।
କାରଣ ଦର୍ଶାଅ ନୋଟିସର ଜବାବ ଏଆଇସିସିକୁ ପଠାଇ ସାରିବାର ଏତେ ଦିନ ପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରହିଥିଲେ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ପ୍ରଶ୍ନ କରିଛନ୍ତି ମୋକିମଙ୍କ ସମର୍ଥକ। ନିଲମ୍ବନ ଚକ୍ରାନ୍ତ ପଠରେ କିଛି କଂଗ୍ରେସ ନେତା ସାମିଲ ଅଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।.