Below header

ପାଣିପାଗ ବିଭାଗର ସତର୍କ ସୂଚନା: ୨ ଦିନ ଯାଏ ରାଜ୍ୟର ବହୁ ଜିଲ୍ଲାରେ କାଳ ବୈଶାଖୀ ଓ ଘୂର୍ଣ୍ଣିଝଡ଼ ଆଶଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌) :  ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ଓ ଘୁର୍ଣ୍ଣି ଝଡ଼ ଆଶଙ୍କା ରହିଛି ବୋଲି ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଦିଆଯାଇଥିବା ସତର୍କ ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ଅର୍ଥାତ୍‌ ୨୮ ତାରିଖ ରବିବାର ମଧ୍ୟାହ୍ନ ୧ଟା ୩୦ରୁ ୨୯ ତାରିଖ ସୋମବାର ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ୧୮ ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଳାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ରାୟଗଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ କନ୍ଧମାଳ ।

weather warning
photo credit: Ommcom News

ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ସହ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ କମଳା ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ହଳଦିଆ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ମଧ୍ୟରେ ରହିଛି ଜଗତସିଂହପୁର, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲା । ଏହି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏଥିସହ ୨୯ ତାରିଖ ସୋମବାର ସକାଳ ୮ଟା ୩୦ରୁ ୩୦ ତାରିଖ ମଙ୍ଗଳବାର ସକାଳ ୮ଟା ୩୦ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କନ୍ଧମାଳ, ଯାଜପୁର ଜିଲ୍ଲାରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ସମ୍ଭାବନା ଥିବାରୁ ଏଠାରେ ହଳଦିଆ ବା ୟଲୋ ଓ୍ଵାର୍ଣ୍ଣି ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.