Below header

ବନ୍ଧୁଗାଁରେ ବୁଲୁଛି ମହାବଳ: ମାଇକ୍ ଧରି ପୋଷ୍ଟର ଲଗାଇ ସତର୍କ କରାଉଛି ବନ ବିଭାଗ

କୋରାପୁଟ(କେନ୍ୟୁଜ୍): ବନ୍ଧୁଗାଁରେ ବୁଲୁଛି ମହାବଳ । କ୍ୟାମେରାରେ କଏଦ ହେଲା ବାଘର ପାଦ ଚିହ୍ନ । କୋରାପୁଟ ସୀମାନ୍ତ ବନ୍ଧୁଗାଁରେ ବାଘ ବୁଲୁଥିବା ନେଇ କ୍ୟାମେରାରେ ସ୍ପଷ୍ଟ ହୋଇଛି । ବାଘ ବୁଲୁଥିବାରୁ ବନ ବିଭାଗ ପକ୍ଷରୁ ସେଠାକାର ଲୋକଙ୍କୁ ମାଇକ ଯୋଗେ ସଚେତନ କରାଯାଇଛି । ଲୋକଙ୍କୁ ବାହରକୁ ବାହାରିବା ବେଳେ ସତର୍କତା ଅବଲମ୍ବନ ପାଇଁ ମଧ୍ୟ କୁହାଯାଇଛି ।

ଜଙ୍ଗଲକୁ ନଯିବାକୁ ପୋଷ୍ଟର ମାଧ୍ୟମରେ ସଚେତନ କରାଯାଉଛି । ବାଘର ଗତିବିଧିକୁ ଠାବ କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଟିମ୍‌ ଆସିଛି । ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି । ଗତ ୧୬ ତାରିଖରେ କାପୋଲୋଡା ପଂଚାୟତର ସୀମାନ୍ତ ଝାଙ୍କରିକାରିଲି ଗାଁର ପାଖ ଜଙ୍ଗଲରେ ଜଣଙ୍କର ବଳଦକୁ ବାଘ ମାରି ଦେଇଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.