ନ୍ୟୁଜିଲାଣ୍ଡ- ଭାରତ ତୃତୀୟ ଦିନିକିଆ : ପୁଣି ବିଫଳ ହେଲେ ଧଓ୍ଵନ ବାହିନୀ, ୨୧୯ ରନରେ ଅଲଆଉଟ୍‌ ହେଲା ଭାରତ

କ୍ରାଇଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଭାରତ ୪୭.୩ ଓଭରରେ ଅଲଆଉଟ ହୋଇ ୨୧୯ ରନ୍‌ କରିଛି। ନ୍ୟୁଜିଲାଣ୍ଡକୁ ୨୨୦ ରନର ଲକ୍ଷ୍ୟ ଦେଇଛି ଭାରତ। ପ୍ରଥମ ଦିନିକିଆ ଜିତି ନ୍ୟୁଜିଲାଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବର୍ଷା ପାଇଁ ବାତିଲ ରହିଥିବା ବେଳେ ଆଜିର ମ୍ୟାଚ ଜିତିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ନହେଲେ ଆଜି ମ୍ୟାଚ୍‌ ଭାରତ ହାରିଲେ ସିରିଜ ମଧ୍ୟ ହାତରୁ ଚାଲିଯିବ।

ଏହି ମ୍ୟାଚରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ୨୧୯ ରନ କରି ୧୦ଟି ଓ୍ଵିକେଟ ହରାଇଥିଲା। ଓ୍ଵାଶିଂଟନ ସୁନ୍ଦର ସବୁଠାରୁ ଅଧିକ ରନ ୫୧ ରନ୍‌ କରିଥିଲେ। ସେ ୫ଟି ଚଉକା ଏବଂ ୧ଟି ଛକା ମରି ୬୪ ବଲରେ ୫୧ ରନ୍‌ କରିଥିଲେ।

ଶ୍ରେୟସ ଆୟର ୪୯ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶିଖର ଧଓ୍ଵନ ୨୮ ରନ୍‌, ଶୁଭମନ ଗିଲ ୧୩,ପନ୍ତ ୧୦, ସୂର୍ଯ୍ୟକୁମାର ୬ ରନ, ଦୀପକ ହୁଡ୍ଡା ୧୨ରନ, ଦୀପକ ଚହର ୧୨,ଚହଲ୮, ଅର୍ଶଦୀପ ୯ ରନ୍‌ ଅଲଆଉଟ ହୋଇଥିଲେ।

scoreboard

ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଆଡମ ମିଲନେ ୩ଟି, ମିଚେଲ ୩ଟି, ଟିମ ସାଉଦୀ ୨ଟି, ହେନେରୀ ଏବଂ ସାଣ୍ଟନର ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.