Below header

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OUAT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଉ ଯଦି ଆପଣ ଟିଚିଂ ଲାଇନରେ ଓଡିଶାରେ ଚାକିରି ଖୋଜୁଛନ୍ତି, ତେବେ ଆଜି ହିଁ ଆବେଦନ କରିଦିଅନ୍ତୁ। ଓଡିଶାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି। ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲ୍ଚର ଆଣ୍ଡ ଟେକ୍ନୋଲୋଜିରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ouat.nic.in ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୬ ଡିସେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୪୯

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ପିଜି କିମ୍ବା ପିଏଚଡି ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସାଧାରଣ ବର୍ଗରେ ଅଧିକତମ ବୟସ ସୀମା ୩୫ ରଖାଯାଇଛି। ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ସୀମାରେ ରିହାତି ମିଳିବ।

ଆବେଦନ ଶୁଳ୍କ : ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀ ୭୦୦ ଟଙ୍କା ଜମା କରିବାକୁ ହେବ। ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା : ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଏକାଡେମୀକ ରେକର୍ଡ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ।

କେମିତି କରିବେ ଆବେଦନ : ପ୍ରାର୍ଥୀ ଆବେଦନ ଫର୍ମ ସହିତ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଭରି ନିମ୍ନଲିଖିତ ଠିକଣାରେ ପଠାଇବାକୁ ଅନୁରୋଧ।

Registrar, Orissa University of Agriculture & Technology, Bhubaneswar 751003, Odisha.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.