Below header

ସମ୍ବଲପୁର କଚେରୀ ଛକରେ ଉତ୍ତେଜନା: ଆନ୍ଦୋଳନରତ ଓକିଲ-ପୋଲିସ୍ ଧସ୍ତାଧସ୍ତି

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଓକିଲ-ପୋଲିସ ଖଣ୍ଡଯୁଦ୍ଧ । ଓକିଲଙ୍କ ଆନ୍ଦୋଳନସ୍ଥଳୀ ପାଲଟିଲା ରଣକ୍ଷେତ୍ର । କଚେରୀ ଛକରେ ଆନ୍ଦୋଳନକାରୀ ଆଇନଜୀବୀ ଓ ପୋଲିସ ଧସ୍ତାଧସ୍ତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶର ଅବମାନନା କଲେ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦ୍ଦେଶ ରହିଛି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆକ୍ସନ ମୁଡକୁ ଆସିଛି ପୋଲିସ ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରୀ ଛକରେ ଆନ୍ଦୋଳନ ଚଳାଇଥିବା ଆଇନଜୀବୀଙ୍କ ଟେଣ୍ଟକୁ ପୋଲିସ ଉପାଡ଼ିଦେଇଥିଲା । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆନ୍ଦୋଳନ ଯୋଗୁ ଜିଲ୍ଲା ଓ ଦୌରା ଜଜ କୋର୍ଟକୁ ଯାଇ ପାରିନଥିଲେ l କେବଳ ଦୌରଜଜ୍‌ ନୁହନ୍ତି ଅନ୍ୟ ଜଜ୍‌ଙ୍କୁ କୋର୍ଟ ପରିସରକୁ ନେବା ପାଇଁ ପୋଲିସ ପ୍ରଶାସନ କରିଥିବା ବ୍ୟବସ୍ଥା ବି କାମ ଦେଲାନି । ଫଳରେ ସେମାନେ କୋର୍ଟକୁ ଯାଇପାରିନଥିଲେ । ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ଜିଲ୍ଲାପାଳ ଅଫିସ୍‌ ଯାଇପାରିନାହାନ୍ତି ।

 ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଦୀର୍ଘ ଦିନ ଧରି ଚାଲୁ ରହିଛି ଆନ୍ଦୋଳନ । ପ୍ରତି ସପ୍ତାହର ବୁଧବାର କୋର୍ଟ କଚେରି ସହ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରୁଛନ୍ତି ବିଭିନ୍ନ ସଂଘ । ଆଇନଜୀବୀମାନେ ଲାଇସେନ୍ସ ସରେଣ୍ଡର କରିଦେବେ ପଛେ ହେଲେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନରୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି l ଓକିଲ ସଂଘର ଦାବିକୁ ଜିଲ୍ଲାର ବିଭିନ୍ନ ସଂଘ ସମର୍ଥନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.