ଫିଫା ବିଶ୍ୱକପରେ ନୋରାଙ୍କ ଲାଇଭ ଡ୍ୟାନ୍ସ ବେଳେ ପଶିଆସିଲେ ଜଣେ ଯୁବକ, ଅଭିନେତ୍ରୀଙ୍କ ସହିତ କଲେ ଏମିତି ହରକତ୍

ଫିଫା ବିଶ୍ୱକପରେ ଠୁମକା ଲଗାଇଛନ୍ତି ବଲିଉଡ ଅଭିନେତ୍ରୀ ନୋରା ଫତେହୀ । ନୋରା ଫିଫା ଫ୍ୟାନ୍ ଫେଷ୍ଟିଭାଲରେ ପରଫର୍ମ କରିଛନ୍ତି। ଯାହାର ଭିଡିଓ ସାମ୍ନାକୁ ଆସିଛି।। ନୋରା ଫିଫା ଫ୍ୟାନ୍ ଫେଷ୍ଟିଭାଲରେ ସାକି ସାକି ଗୀତ, ନାଚ୍ ନାଚ୍ ନାଚ୍ ମେରି ରାନୀ ଏବଂ ଅନ୍ୟ ବଲିଉଡ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଏହାର ଗୋଟେ ଦିନ ପୂର୍ବରୁ ନୋରା ଷ୍ଟାଡିୟମରେ ପହଞ୍ଚିଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା । ଅଭିନେତ୍ରୀ ଜଣକ ସାକି ସାକି ଗୀତ ଡ୍ୟାନ୍ସ ସରିଆସିବା ପରେ ନୋରାଙ୍କୁ ପଛପଟୁ ଜଣେ ଯୁବକ ଆଣି ହାତ ମାରିଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି।
ଗତକାଲି ହୋଇଥିବା ଫିଫା ଫ୍ୟାନ୍ ଫେଷ୍ଟିଭାଲରେ ଜବରଦସ୍ତ ପରଫର୍ମ କରୁଥିବା ନଜର ଆସିଛନ୍ତି। ନୋରା ବିଶ୍ୱକପ ଆନ୍ଥେମ ‘ଲାଇଟ ଦ ସ୍କାଏ’ ଗୀତ ଗାଇ ଡ୍ୟାନ୍ସ କରିଛନ୍ତି। ଏହାପୂର୍ବରୁ ନୋରା ଫିଫା ବିଶ୍ୱକପରେ ନୋରା ଫୁଟବଲ ଷ୍ଟାଡିୟମରେ ମଜା ଉଠାଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଥିଲା । ଯେଉଁଥିରେ ନୋରା ଷ୍ଟାଡିୟମ ମଝିରେ ଖୁସିରେ ଗୀତ ଗାଇ ନାଚିବା ଆରମ୍ଭ କରିଥିଲେ।
View this post on Instagram
ନିକଟରେ ନୋରା ଫୁଟବଲ୍ ମ୍ୟାଚ୍ ପାଇଁ କତାରରେ ପହଞ୍ଚିଥିଲେ। ଏହି ଫରଫାର୍ମ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା। ନୋରା ସେଠାରେ ମ୍ୟାଚ୍କୁ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ନୋରା ନିଜେ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ତାଙ୍କୁ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓରେ ସେ ଷ୍ଟାଡିୟମରେ ନାଚୁଛନ୍ତି।
View this post on Instagram
ନୋରା କତାରରେ ପହଞ୍ଚିବା ପରେ ନୂଆ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନୋରା ଷ୍ଟାଡିୟମରେ ନାଚୁଥିବା ନଜର ଆସିଛନ୍ତି । ନୋରା ଷ୍ଟାଡିୟମରେ ଠିଆ ହୋଇଥିବା ବେଳେ ମ୍ୟାଚ୍ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଯେତେବେଳେ ଆନ୍ଥେମ ବାଜୁଛି, ନୋରା ନାଚିବାକୁ ଆରମ୍ଭ କରିଦେଇଛି । ନୋରାଙ୍କୁ କତାରରେ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି। ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
What an amazing feeling to see #NoraFatehi singing to her own song at the #FifaWorldCup Stadium!! 😍🔥#NoraFifaWorldCup pic.twitter.com/GZvD3Rti64
— Nora Fatehi (@Norafateahi) November 28, 2022