Below header

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ପୁରିଲା ମାସେ, ଏବେବି ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ଚାଲିଛି ତଦନ୍ତ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ମୃତ୍ୟୁ ଘଟଣାକୁ ଆଜି ପୁରିଲା ମାସେ । ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପ୍ରଥମେ ଅପମୃତ୍ୟୁ ପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ୨୪ ଦିନ ଧରି GRP ମାମଲାର ତଦନ୍ତ କରିବା ପରେ ଏବେ ଘଟଣା ଯାଇଛି କ୍ରାଇମବ୍ରାଞ୍ଚ ହାତକୁ।

କିନ୍ତୁ ଏବେବି ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କିଏବି କିଛି ସୁରାକ୍ ପାଇପାରୁନାହାନ୍ତି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ପପୁ ଓ ବିକାଶକୁ ବାରମ୍ବାର ଜେରା କରାଯାଉଛି । ହେଲେ ସଠିକ୍‌ ତଥ୍ୟ ହାସଲ ହୋଇପାରିନାହିଁ। ଖୁବ୍‌ଶୀଘ୍ର ଏମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ  ସୂଚନା ମିଳିଛି । ସୂଚନାଅନୁଯାୟୀ, ଠିକ୍ ଆଜିକୁ ମାସେ ପୂର୍ବେ ଜୁଲାଇ ୭ ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.