Below header

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ, ୯ଟି ବିଷୟ ଉପରେ ହେବ ଚର୍ଚ୍ଚା

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ । କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନ ଆଲୋଚନା କରାଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ । କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଆଜି ୯ଟି ବିଷୟରେ ହେବ ଚର୍ଚ୍ଚା । ଓଡ଼ିଶା ଅର୍ଥନୀତିକୁ ଗତିଶୀଳ କରୁଛି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମଇ, ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍‌ ଅଫ ଦ ଜେନ୍‌ ଏକ୍ସ, ଜଳ ସେଚନ ଯୋଗେ ଗ୍ରାମାଞ୍ଚଳ ସମୃଦ୍ଧି, ପର୍ଯ୍ୟଟନ ହବ୍‌ ଅଭିମୁଖେ ଓଡ଼ିଶା, ଗ୍ରାମାଞ୍ଚଳ ସେବାରେ ଜଳ ଯୋଗାଣକୁ ଫୋକସ, ଓଡ଼ିଶା ସହ ଯୋଗାଯୋଗ, ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା, ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ, ଓଡ଼ିଶାରେ ଜନଜାତିଙ୍କ ସଶକ୍ତୀକରଣ ଓ ଜନଜାତ ସଂସ୍କୃତିର ପ୍ରଗତୀ ଉପରେ ଆଲୋଚନା କରିବେ ବରିଷ୍ଠ ଅଧିକାରୀ ।

ଗତକାଲି ପ୍ରଥମ ଦିନରେ ଆଇଏଏସ୍‌ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ, ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଯଥାସମ୍ଭବ କମ୍‌ ସମୟ ମଧ୍ୟରେ ଶେଷ ହେବା ଦରକାର । ସବୁ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଅ । ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକଲୋକଙ୍କ ନିକଟରେ ପହଞ୍ଚନ୍ତୁ । ଲୋକଙ୍କ ସମସ୍ୟା ବୁଝି ତ୍ୱରିତ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.