ମୌନରେ ଗୋପାଳ: ଚୌଦ୍ୱାର ଜେଲରେ କାଟିଲା ପ୍ରଥମ ରାତି

ଝାରସୁଗୁଡ଼ା ଉପକାରଗାରରୁ ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ। ପ୍ରତି ସିଫ୍ଟରେ ଗୋପାଳକୁ ଜଗିବେ ୩ ୱାର୍ଡର।

କଟକ (କେନ୍ୟୁଜ): ବଦଳିଲା ଗୋପାଳର ଠିକଣା । ନବ ଦାସଙ୍କ ହତ୍ୟା ଅଭିଯୁକ୍ତର ନୂଆ ଠିକଣା ଚୌଦ୍ୱାର ସର୍କଲ ଜେଲ୍‌ । ହାଇସିକ୍ୟୁରିଟି ୩ ନମ୍ବର ସେଲରେ ଅଛି ଗୋପାଳ । ସେଲରେ କେବଳ ସେ ଏକୁଟିଆ ରହୁଛି । ଚୌଦ୍ୱାର ଜେଲରେ ପ୍ରଥମ ରାତି କାଟିଛି । ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ପରେ ଗତକାଲି ତାକୁ କଡ଼ା ସୁରକ୍ଷାରେ ଝାରସୁଗୁଡ଼ା ସବଜେଲରୁ ଅଣାଯାଇଥିଲା । ରାତିରେ ରୁଟି, ଡାଲମ ଖାଇଥିଲା ଗୋପାଳ। କାହା ସହ ଏତେ ଟା କଥା ବି ହେଇନଥିଲା ଗୋପାଳ । ଗୋପାଳକୁ ଜଗିବାକୁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଟିମ୍‌ । ପ୍ରତିଟି ସେକେଣ୍ଡ ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍‌ । ପ୍ରତି ସିଫ୍ଟରେ ଗୋପାଳକୁ ଜଗିବେ ୩ ୱାର୍ଡର ।

ଗୋପାଳ ଯେଉଁ ସେଲରେ ରହିଛି ସେହି ସେଲ ରେ cctv ଲାଗିଛି। କେତେବେଳେ କ’ଣ କରୁଛି, ସିସିଟିଭି କ୍ୟାମେରାରେ ହେବ କଏଦ । ହାଇ ପ୍ରୋଫାଇଲ୍‌ ହତ୍ୟା ଅଭିଯୁକ୍ତ ଭାବରେ ଗୋପାଳକୁ ସ୍ୱତନ୍ତ୍ର ସର୍ବେକ୍ଷଣରେ ରଖାଯାଇଛି । ୨୪ ଘଣ୍ଟିଆ ସିକ୍ୟୁରିଟି ମନିଟରିଂ କରାଯିବ । ତାର ସ୍ୱାସ୍ଥ୍ୟଗତ ସମସ୍ୟା ଓ ସୁରକ୍ଷା ପାଇଁ ଜେଲ୍‌ ମାନୁଆଲ୍‌ ଅନୁସାରେ ସ୍ୱତନ୍ତ୍ର ସୁବିଧା ସହ ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ସବଜେଲରେ ନିଜକୁ ଅସୁରକ୍ଷିତ ଭାବିଥିଲା ଗୋପାଳ । ନିଜ ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲରେ ରହିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା । ଏଥିପାଇଁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.