Below header

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ: ମହାପ୍ରଭୁଙ୍କ ରଥର କୋଣଗୁଜ ଅନୁକୂଳ କରାଯିବାର ରହିଛି ପରମ୍ପରା

ପୁରୀ(କେନ୍ୟୁଜ୍‌): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ମହାପ୍ରଭୁଙ୍କ ରଥଖଳାରେ ଏହି ନୀତିକୁ ବିଧି ପରମ୍ପରା ଅନୁସାରେ ପାଳନ କରାଯାଇଥାଏ । ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରଥର କୋଣଗୁଜ ଅନୁକୂଳ କରାଯିବାର ରହିଛି ପରମ୍ପରା । ସେଥିପାଇଁ ଦୃତଗତିରେ ଆଗେଇ ଚାଲିଥାଏ ରଥ ନିର୍ମାଣ କାର୍ଯ୍ୟ ।

ratha

ରଥ ସଂହିତା ମୁତାବକ ଭୋଇ ସେବକ ମାନେ ତିନି ରଥର ୪ଟି ଲେଖାଏଁ ୧୨ଟି ଧଉରାକାଠ ଦେବା ପରେ ରୁପକାର ମାନେ ଗୁଜ ଅନୁକୂଳ କରିଥାନ୍ତି । କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରାଯାଏ । ଆଜି ରଥଖଳାରେ ଭୋଇସେବକ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି । ଯନ୍ତାଗାଢରେ ଭୋଇ ସେବକ ମାନେ ତୁମ୍ଭରେ ହୋଇଥିବା ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.