ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ: ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ରେଡ୍, IIC ସ୍ବାମୀ ଫେରାର୍

ଭୁବନେଶ୍ୱର(କେନ୍ୟୁଜ୍‌): ଆକ୍ସନ ମୋଡରେ ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ୬ ଲକ୍ଷ ଟଙ୍କା ଜବତ କରାଯାଇଛି ।

ନିନା ବେଉରା ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରେ ରେଡ ହୋଇଛି । ରେଡ ବେଳେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଫେରାର ହୋଇଯାଇଛନ୍ତି । ଏବେ ନିନା ବେଉରାଙ୍କ ଭୁବନେଶ୍ୱର ପଳାଶୁଣି ଘର ଓ କଟକ ସ୍ଥିତ ଶ୍ୱଶୂର ଘରେ ରେଡ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.