Below header

ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ

ରେଳ ଧାରଣା ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ମାଟି ଅତଡ଼ା ଓ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ। ଟ୍ରାକ ଉପରେ ପଥର ପଡିଥିବାରୁ ରାୟଗଡ଼ା-କୋରାପୁଟ କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

(କେନ୍ୟୁଜ): ରେଳ ଧାରଣା ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ମାଟି ଅତଡ଼ା ଓ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ। ଟ୍ରାକ ଉପରେ ପଥର ପଡିଥିବାରୁ ରାୟଗଡ଼ା-କୋରାପୁଟ କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ରାୟଗଡ଼ା ରାଉଳି ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ବିଶାଖାପାଟଣା-କୋରାପୁଟ DMU , କୋରାପୁଟ-ବିଶାଖାପାଟଣା DMU ଓ ସମଲେଶ୍ବରୀ ଟ୍ରେନ ବାତିଲ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ସଫା କାର୍ଯ୍ୟ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.