Below header

ସାନ୍ତାଳୀ ସମ୍ପ୍ରଦାୟର ପାରମ୍ପରିକ `ବାହା ବଙ୍ଗା’ ପର୍ବ, ନୂଆ ଫୁଲ, ଫଳ, ପତ୍ରକୁ ଜାହିରାରେ ପୂଜା  

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ସାନ୍ତାଳୀ ସମ୍ପ୍ରଦାୟର ପାରମ୍ପରିକ ପର୍ବ `ବାହା ବଙ୍ଗା’। ପରମ୍ପରା ଅନୁସାରେ ଫଗୁଣ ମାସରେ ଫଳୁଥିବା ନୂଆ ଫୁଲ ନୂଆ ଫଳ ଓ ପତ୍ରକୁ ଜାହିରାରେ ପୂଜା କରିଥାନ୍ତି ସାନ୍ତାଳୀ ଲୋକେ। ଜାହିରାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ଢୋଲ ଓ ମାଦଳର ତାଳେ ତାଳେ ନୃତ୍ୟ ଗୀତରେ ମସଗୁଲ ହୋଇଥାନ୍ତି । ପରମ୍ପରା ରହିଛି ଯେ, ପୂଜା ନହେବା ଯାଏ ଗ୍ରାମବାସୀଙ୍କ ପାଇଁ ଫୁଲଫଳର ବ୍ୟବହାର ଓ ଜଙ୍ଗଲ ପ୍ରବେଶ ନିଷେଧ ରହିଥାଏ। ସାନ୍ତାଳୀ ସମ୍ପ୍ରଦାୟର ଅନ୍ୟ ପର୍ବ ଗୁଡ଼ିକରେ ଆବାଳ ବୃଦ୍ଧ ବନିତା ନାଚଗୀତରେ ମସଗୁଲ ହୋଇଥିବାବେଳେ ବାହା ବଙ୍ଗା ପର୍ବରେ କେବଳ ମହିଳାମାନେ ହିଁ ନାଚିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.