Below header

ମାଆ ପୁଅଙ୍କ ଉପରେ ଚଢ଼ିଗଲା ଚୋରା ବାଲି ବୋଝେଇ ହାଇଓ୍ଵା ଟ୍ରକ, ପୁଅ ଚାଲିଗଲା ମା’ ମୃତ୍ୟୁ ସହ କରୁଛି ସଂଗ୍ରାମ

ଟାଙ୍ଗୀ (କେନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ପୁଅ ମୃତ, ମା ଗୁରୁତର । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ଅନୁଯାୟୀ ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରେ ରାଜପଥ ସମ୍ପସରଣ କାର୍ଯ୍ୟ ଚାଲୁଥିବା ବେଳେ ସିଙ୍ଗଲ ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି।

ଆଜି ମଧ୍ୟାହ୍ନ ୨ଟାରେ ମା ପୁଅ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲେ। ଆଉ ଠିକ ଏତିକି ସମୟରେ ଅଚାନକ ଏକ ବାଲି ବୋଝେଇ ହାଇୱା ଦୃତ ଗତିରେ ଆସି ମଟର ସାଇକେଲରେ ଯାଉଥିବା ମା ପୁଅଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା । ମାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟପଟେ ପୋଲିସ ପହଁଚି ଶବ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.