Below header

ପୁଣି ଥରେ ୧୨ ଘଣ୍ଟିଆ ବନ୍ଦ

ସୁବର୍ଣ୍ଣପୁର (କେନ୍ୟୁଜ୍) : ସ୍ଥାୟୀ ଡାକ୍ତର ଦାବିରେ ପୁଣି ଥରେ ବିନିକା ବନ୍ଦ । ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଳା ବିନିକାରେ ବିପର୍ୟ୍ୟସ୍ତ ରୋଗୀସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖଦେଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବାଙ୍କିଘିର୍ଡି ସ୍ୱାସ୍ଥ୍ୟକେନ୍ଦ୍ର, ଶଙ୍କରା ଓ ମହାପାଲି ଆଦି ସ୍ଥାନରେ ଦୀର୍ଘ ବର୍ଷ ହେବ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ନାହାନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଯାଇଥିଲେ ସୁଦ୍ଧା ଏହାର ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ଗତ ୬ ତାରିଖଠାରୁ ଧାରଣା ଦେଇଛି ବିନିକା ବ୍ଲକ ସାମ୍ବାଦିକ ସଂଘ । ଏହାକୁ ଓକିଲ ସଂଘ, ଦୁର୍ଗାପୂଜା କମିଟି, ଛାତ୍ର ସଂସଦ ସମେତ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛି । ଯାହାଫଳରେ ଏହି ଧାରଣା ଆଜି ୧୬ ଦିନରେ ପହଂଚିଛି । ଗତ ୧୧ ତାରିଖରେ ବିଜେପି ଓ ୧୩ ତାରିଖରେ କଂଗ୍ରେସ ପକ୍ଷରୁ ବିନିକା ବନ୍ଦ ଡାକରା ଦିଆଯାଇଥିବାେବେଳ ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆସନ୍ତ ୨୪ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ବେସରକାରୀ ଡାକ୍ତରଖାନାକୁ ଅଚଳ କରିଦିଆଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.