ସେନା ଉଦ୍ଦେଶ୍ୟରେ ’ଥ୍ୟାଙ୍କ୍ସ’

ଥ୍ୟାଙ୍କ୍ସ । ଏହି ଶବ୍ଦଟି ଏବେ ସେନାକୁ ଭାବପ୍ରବଣ କରିଛି । କେରଳର ପାରାବୁର ଅଞ୍ଚଳରେ ଏକ ଦୁଇ ମହଲା କୋଠାର ଛାତ ଉପରେ ବଡ଼ବଡ଼ ଅକ୍ଷରରେ ସେନା ଉଦ୍ଦେଶ୍ୟରେ ଲେଖାଯାଇଛି ଥ୍ୟାଙ୍କ୍ସ । ହେଲିକପ୍ଟର ଯୋଗେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ସେନା କର୍ମଚାରୀ ପଢିବା ପାଇଁ ଏହି ଶବ୍ଦଟି କେହି ଜଣେ ଲେଖିଛନ୍ତି । ସେନା ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯାଇଛି । ସଂଯୋଗ ବଶତଃ ଏହି ଦୁଇ ମହଲା କୋଠରେ ଫସିଥିବା ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ଜଣେ ନେଭି କମାଣ୍ଡୋ କହିଛନ୍ତି ।