ତିନି ମାସ ହେଲାଣି ନିଖୋଜ ଅଛି ନାବାଳିକା ଝିଅ

ଭଦ୍ରକ (କେନ୍ୟୁଜ୍) : ତିନି ମାସ ହେଲାଣି ନିଖୋଜ ହୋଇ ଯାଇଛି ନାବାଳିକା ଝିଅ । ଥାନାରେ ଅଭିଯୋଗ କରିଛନ୍ତି ବାପା ମା । ହେଲେ ପୋଲିସ କୌଣିସି ପଦକ୍ଷେପ ନେଉନି । ଏଭଳି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଚୁଡାମଣି ସାମୁଦ୍ରିକ ଥାନା ଅଧିନସ୍ଥ ରାଧାନାଥପୁର ଗାଁର ଗୟାଧର ମଳିକ । ଗତ ମେ ମାସ ୬ ତାରିଖରେ ସଂଧ୍ୟାରେ ନଳକୂଅ ପାଖକୁ ପାଣି ଆଣିବାକୁ ଯାଇ ଆଉ ଫେରି ନଥିଲେ । କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଚୁଡ଼ାମଣି ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ ଗୟାଧର । ତାଙ୍କ ଅଭିଯୋଗ ଅନୁସାରେ ଥାନାଧକାରୀ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଉନଥିବା ଗୟାଧର ଅଭିଯୋଗ କରିଛନ୍ତି । ଏସପିଙ୍କୁ ଜଣାଇବା ପରେ ବି ନ୍ୟାୟ ନମିଳିବାରୁ ସେ ଅନଶନ କରିଥିଲେ । ଶେଷର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଝିଅର ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.