Below header

ଧରାକୋଟ ହରିପୁର ଗ୍ରାମରେ ଅଘଟଣ: ବ୍ୟାଟେରୀ ଫାଟି ଦୁଇ ନାବାଳକ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ହରିପୁର ଗ୍ରାମରେ ଅଘଟଣ । ବ୍ୟାଟେରୀ ଫୁଟି ଦୁଇଜଣ ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ କେଉଁ ବ୍ୟାଟେରି ତାହା ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଗୁରୁତର ନାବାଳକଙ୍କୁ ଧରାକୋଟ ମେଡିକେଲ ରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ଦୁଇ ନାବାଳକଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକେଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.