ଲୁଚକାଳି ଖେଳୁଛି ଶୀତ, ପୁଣି ରାଜ୍ୟକୁ ଥରାଇବ

 ଭୁବନେଶ୍ୱର (କେନ୍ୟୁଜ) : ଲୁଚକାଳି ଖେଳୁଛି ଶୀତ। ଦିନକୁ ଦିନ ପାଗ ବଦଳିବାରେ ଲାଗିଛି। କେବେ ଗରମ ତ ପୁଣି କେବେ ଫେରୁଛି ଶୀତ। ଏବେ କିନ୍ତୁ ପୁଣି ରାଜ୍ୟକୁ ଥରାଇବ ଶୀତ। ଗୁରୁଚାପ ବଳୟରେ ସ୍ଥିତି ପରିବର୍ତ୍ତନ ଯୋଗୁ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ଆଶଙ୍କା କରୁଛି ପାଣିପାଗ।

ଆଭ୍ୟନ୍ତରୀଣ ଓଡିଶାର ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। କିନ୍ତୁ ଲଗାତର ତାପମାତ୍ରା ଖସିବାର କୌଣସି ସମ୍ଭାବନା ନାହିଁ। ଉପକୂଳ ଓଡ଼ିଶାରେ ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇବ ବୋଲି କହିଛି ବିଭାଗ । ସେହିପରି ଜାନୁଆରୀ ଭଳି ଫେବୃଆରୀ ପ୍ରଥମ ସପ୍ତାହରୁ ପୁଣି ଥରେ ଶୀତର ପ୍ରଭାବ ଦେଖାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.