Below header

 ଗୋଟିଏ ଟ୍ରାକ୍ ରେ ଦୁଇ ପାସେଞ୍ଜର ଟ୍ରେନ, କମ୍ ବ୍ୟବଧାନରେ ରହିବା ଯୋଗୁ ଯାତ୍ରୀ ଭୟଭୀତ

 ଗୋଟିଏ ଟ୍ରାକ୍ ରେ ରହିଲେ ଦୁଇ ପାସେଞ୍ଜର ଟ୍ରେନ। କମ୍ ବ୍ୟବଧାନରେ ରହିବା ପରେ ଯାତ୍ରୀ ଭୟଭୀତ। କଟକ ନିକଟ ଜଗତପୁର ଠାରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି। ଗୋଟିଏ ଟ୍ରାକରେ ଦୁଇଟି ମେମୁ ଟ୍ରେନ ଆସି ରହିଯାଇଥିଲେ।

ଗୋଟିଏ ଟ୍ରାକ୍ ରେ ରହିଲେ ଦୁଇ ପାସେଞ୍ଜର ଟ୍ରେନ। କମ୍ ବ୍ୟବଧାନରେ ରହିବା ପରେ ଯାତ୍ରୀ ଭୟଭୀତ। କଟକ ନିକଟ ଜଗତପୁର ଠାରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି। ଗୋଟିଏ ଟ୍ରାକରେ ଦୁଇଟି ମେମୁ ଟ୍ରେନ ଆସି ରହିଯାଇଥିଲେ।

ପଛକୁ ପଛ ଦୁଇଟି ଟ୍ରେନ ରହିଯିବ ଦେଖି ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା । ବହୁ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ପଷ୍ଟୀକରଣ ରଖିଛି ରେଳବାଇ।

ଏହା ରେଳବାଇର ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏଥିରେ କୌଣସି ଭୟ କରିବାର ଆବଶ୍ୟକତା ନଥିବା କହିଛନ୍ତି କଟକର ଷ୍ଟେସନ ମାଷ୍ଟର। ଦୁଇଟି ଯାକ ମେମୁ ଟ୍ରେନ ଗୋଟିଏ ଲାଇନରେ ଥିଲେ ମଧ୍ୟ ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ୧୨୦ ମିଟରର ଦୂରତା ରହିଥିଲା। ନୂଆ ସିଗନାଲ କାମ ଚାଲିଥିବାରୁ ଦୁଇଟି ଯାକ ଟ୍ରେନକୁ ଅଟକା ଯାଇଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.