Below header

ଲକଡାଉନ ବେଳେ ମୂଲ୍ୟବାନ କାଠ ଚୋରାଚାଲାଣ, ୭୦ହଜାର ଟଙ୍କାର ଶାଳଗଣ୍ଡି ଜବତ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ବେଳେ ବୁଲଡ଼ାପଙ୍କା ରାସ୍ତା କଡ଼ରୁ ମୂଲ୍ୟବାନ ଶାଳଗଣ୍ଡି ଜବତ କରାଯାଇଛି l ମୋହନା ବନାଞ୍ଚଳ ଅଧିକାରୀ କଳ୍ପନା ନାୟକଙ୍କ ନିର୍ଦ୍ଦେଶରେ ବନବିଭାଗ ର କର୍ମଚାରୀ ମାନେ କେଶରା ଅଞ୍ଚଳରେ ପେଟ୍ରୋଲିଙ୍ଗ କଲାବେଳେ ରାସ୍ତାକଡ଼ରୁ ୫୭ ଘନଫୁଟ ବିଶିଷ୍ଟ ୩ଟି ଗଣ୍ଡି ଜବତ କରିଛନ୍ତି l କାଠ ମାଫିଆ ମାନେ ଗଛକାଟିବା ପରେ ଗଣ୍ଡି ଗୁଡିକୁ ସେଠାରେ ଛାଡିଦେଇ ଚାଲିଯାଇଥିବା ଜଣାପଡିଛି l ଜବତ କାଠ ର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.