Below header

ମିଛ କହିଲେ ଧରାପଡିବେ: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଶ୍ରୀଙ୍କର ଚାଲିଛି ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଚାଲିଛି ଟେଷ୍ଟ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ହେଉଛି ଲାଇ ଡିଟେକ୍ସନ ଟେଷ୍ଟ। କଥାରେ ତାଳମେଳ ନଥିବାରୁ କ୍ରାଇମବ୍ରାଞ୍ଚ କରୁଛି ଟେଷ୍ଟ । ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍‌ଟସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲା ଫରେନ୍‌ସିକ ଲାବ ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଆଜି ଟେଷ୍ଟ ଚାଲିଥିବା ବେଳେ ସାଙ୍ଗ ପପୁ, ବିକାଶଙ୍କ ସହ ଆଉ ଜଣଙ୍କର ଏହି ଟେଷ୍ଟ ହେବ । ପୂର୍ବରୁ ମଧ୍ୟ ଏହି ମାମଲାରେ ଲାଏ ଡିଟେକ୍‌ସନ ପାଇଁ ଦାବି ହୋଇଥିଲା। ଏପରିକି ଲାଏ ଡିଟେକ୍‌ସନରେ ପପୁ ଓ ବିକାଶ ପୋଲିସକୁ ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ।

aditya dasଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହାର ତଦନ୍ତ ଜିଆରପି କରୁଥିଲା । ପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ହେଲେ ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.