Below header

ନିଜ ଗହଣା ବିକି ଖୋଲିଥିଲେ ଜିମ ଆଜି ସାରା ଦୁନିଆ ଜାଣେ ତାଙ୍କୁ

ଆମ ଭାରତ ବର୍ଷର ଲୋକଙ୍କ ଚିନ୍ତା ଧାରା ଅନୁସାରେ ଜଣେ ମହିଳା ବାହା ହେଲା ପରେ ନିଜ ସମ୍ପୂର୍ଣ୍ଣ ଜୀବନ ତା ସ୍ୱାମୀ, ପରିବାର ଓ ପରେ ନିଜ ଛୁଆଙ୍କ ପ୍ରତି ସର୍ମପଣ କରିଦେଇଥାଏ । ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ କେବଳ କିଛି ମହିଳା ହିଁ ବାହାଘର ପରେ ନିଜ ସ୍ୱପ୍ନ ପୂରଣ କରିବାକୁ ସୁଯୋଗ ପାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ବାହାଘରର ୧୦ ବର୍ଷ ପରେ ମଧ୍ୟ ନିଜ ପାଇଁ କିଛି କରି ପାରିବାର ସୁଯୋଗ ପାଇଛନ୍ତି । ଲୋକଙ୍କ ମହିଳାଙ୍କ ପ୍ରତି ଥିବା ସେହି ଭାବନାକୁ କଡା ଯବାବ ଦେଇଛନ୍ତି କିରଣ ଦେମ୍ବଲା ।

 

View this post on Instagram

 

Intelligence without ambition is a bird without wings.🔥 . . #kirandembla #wings

A post shared by Kiran dembla (@kirandembla) on


କିରନଙ୍କ କହିବା ଅନୁସାରେ ବାହାଘରର ୧୦ ବର୍ଷ ପର୍ଯ୍ୟନ୍ତ ସେ ଘରର ଚାରି କାନ୍ଥ ଭିତରେ ରହି ନିଜ ପରିବାରର ଯତ୍ନ ନେଉଥିଲେ । କିଛି ସମୟ ପରେ ସେ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ । କିନ୍ତୁ ସେତେବେଳେ ତାଙ୍କ ଶରୀରର ଓଜନ ୨୫ କିଲୋ ବୃଦ୍ଧି ହୋଇଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହୁ ନଥିଲା । ଏହି ସମୟରେ ସେ ନିଜ ଶରୀରର ଯତ୍ନ ନେବା ପାଇଁ ଜିମ୍‌ ଯିବା ଆରମ୍ଭ କରିଥିଲେ । ଜିମ୍‌ ଜଏନ କରିବା ପରେ ମଧ୍ୟ କିରଣ ନିଜ ପରିବାର ପ୍ରତି ନିଜ କର୍ତ୍ତବ୍ୟ କରିବାରେ ଅବହେଳା କରୁନଥିଲେ । ସେ ପ୍ରତି ଦିନ ସକାଳ ୫ ଟାରୁ ଉଠୁଥିଲେ ଓ ନିଜ ୱାର୍କଆଉଟ ସହିତ ପରିବାର ଓ ପିଲାଙ୍କ କଥା ବି ବୁଝୁଥିଲେ । ଏତେ ସବୁ କାମ ଭିତରେ ବି କିରଣ କେବଳ ୭ମାସ ସମୟ ମଧ୍ୟରେ ଆଶ୍ଚର୍ଯ୍ୟ ଭାବରେ ନିଜ ଶରୀରରୁ ୨୪ କିଲୋ ଓଜନ କମ୍‌ କରିଥିଲେ ।


କିଛି ଦିନ ବିତି ଗଲା ପରେ ସେ ସ୍ୱାମୀଙ୍କୁ ନିଜର ଗୋଟେ ଜିମ୍‌ ଖୋଲିବା ପାଇଁ କହିଲେ । ଏହାପରେ ସେ ନିଜ ସ୍ପପ୍ନ ପାଇଁ ତାଙ୍କ ପାଖରେ ଥିବା ସମସ୍ତ ଗହଣା ବିକ୍ରି କରିଦେଇଥିଲେ ଓ ତା ସାଙ୍ଗକୁ ବ୍ୟାଙ୍କରୁ ଲୋନ ମଧ୍ୟ ନେଇଥିଲେ । ପ୍ରଥମେ ଗୋଟିଏ ଛୋଟ ଫ୍ଲାଟ ଭଡାରେ ନେଇ ସେ ନିଜ ଜିମ୍‌ ଆରମ୍ଭ କରିଥିଲେ । ଚାରି ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲୋନି ତାଙ୍କ ଏହି ଜିମ୍‌ ବିଷୟରେ ଜାଣିବାକୁ ଲାଗିଲେ ।

 

View this post on Instagram

 

I AM NOT DONE YET😘🔥 . . #mom #mother #indianwomen #india #fit46 #BBC #memes

A post shared by Kiran dembla (@kirandembla) on


ଲୋକଙ୍କୁ ଟ୍ରେନିଂ ଦେବା ସହିତ ସେ ନିଜକୁ ମଧ୍ୟ ବଡି ବିଲ୍‌ଡିଙ୍ଗ କମ୍ପିଟିସନ ପାଇଁ ପ୍ରସ୍ତୁତ କରିଥିଲେ । ବୁଡାପେଷ୍ଟରେ ଆୟୋଜିତ ବଡି ବିଲ୍‌ଡିଙ୍ଗ କମ୍ପିଟିସନରେ ସେ ପ୍ରଥମେ ଭାଗ ନେଇଥିଲେ ଓ ସେଥିରେ ଷଷ୍ଠ ସ୍ଥାନ ଅଧିକାର ମଧ୍ୟ କରିଥିଲେ । ପରେ ପରେ ସେ ବିଭିନ୍ନ କମ୍ପିଟିସନରେ ଭାଗ ନେବାକୁ ଲାଗିଲେ ଓ ଜିତିଲେ ମଧ୍ୟ । ତେବେ ନିଜର ଏହି ସଫଳତା ବିଷୟରେ କିରଣ କୁହନ୍ତି ଯେ ୪୫ ବର୍ଷ ବୟସରେ କିରଣ ଜଣେ ଟ୍ରେନର ହେବା ସହିତ ଡିଜେ, ପର୍ବତାରୋହୀ ଓ ଜଣେ ଫଟୋ ଗ୍ରାଫର ମଧ୍ୟ । ନିଜ ଜିବନରେ ସେହି କାମ ହିଁ କରନ୍ତୁ ଯାହାକୁ କରି ଆପଣ ଖୁସି ଅନୁଭବ କରୁଥିବେ ବୋଲି ସେ କହିଛନ୍ତି । ଆଜି ସମସ୍ତ ବିବାହିତ ମହିଳାଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି । ବିବାହ ପରେ ନିଜ ସ୍ୱପ୍ନର ଜଳାଞଳି ନଦେଇ ନିଜ ପାଇଁ କିଛି କରି ଦେଖାଇ ସମସ୍ତଙ୍କୁ ପ୍ରେରଣା ଯୋଗାଇଛନ୍ତି କିରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.