ଛିଃରେ ମଣିଷ! ନିଜର ଛୁଆ ହେଲାନି ବୋଲି ପ୍ରଥମ ପତ୍ନୀଙ୍କ ଝିଅକୁ ମାରି ଟାଙ୍କିରେ ଫିଙ୍ଗିଦେଲା ବାପା

ରାଗ, କ୍ରୋଧ, ଈର୍ଷାର ପରିଣାମ ଯେ କେତେ ଭୟଙ୍କର ହୋଇପାରେ ତାର ନମୁନା ସମସ୍ତେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ। କିନ୍ତୁ ପତ୍ନୀ ଉପରେ ଈର୍ଷା କରି କୌଣସି ସ୍ୱାମୀ ନିଜ ପତ୍ନୀର ସନ୍ତାନକୁ ହତ୍ୟା କରିବା ଘଟଣା ବୋଧେ କେହି ଶୁଣିନଥିବେ। ଏଭଳି ବର୍ବର ଘଟଣା ଘଟିଛି ମହୀଶୂରରେ। ଏଠାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିର ପିଲା ହେଲାନି ବୋଲି ସେ ନିଜ ପ୍ରଥମ ପତ୍ନୀର ୫ ବର୍ଷର ଝିଅକୁ ହତ୍ୟା କରିଛି। ଏଥିରେ ସାଥ୍‌ ଦେଇଛନ୍ତି ଦ୍ୱିତୀୟ ପତ୍ନୀ। ତେବେ ମାମଲା ସାମ୍ନାକୁ ଆସିବା ପରେ ଉଭୟେ ପତି ପତ୍ନୀଙ୍କୁ ପୋଲିସ ଗିରଫ କରିଛି।

ରିପୋର୍ଟ ମୁତାବକ କର୍ଣ୍ଣାଟକର ମହେଶ ପାଖ ଗାଁର ଗୌରାମ୍ମା ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୫ ବର୍ଷର ଝିଅ ଅଛି। ମାତ୍ର ବାରମ୍ବାର ଝଗଡ଼ା ହେବାରୁ ମହେଶ ଓ ଗୌରାମ୍ମାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଅଲଗା ହେବା ପରେ ଗୌରାମ୍ମା ୩୫ ବର୍ଷୀୟ ମହାଦେବ ସ୍ୱାମୀ ମାଲିୟାନାୟକଙ୍କୁ ବିବାହ କରିଥିବା ବେଳେ ମହେଶ ରତ୍ନାମ୍ମାଙ୍କୁ ପତ୍ନୀଭାବେ ଗ୍ରହଣ କରିଥିଲେ। ଅଲଗା ହୋଇଯାଇଥିଲେ ମଧ୍ୟ ମହେଶ ଓ ଗୌରାମ୍ମା ପଡ଼ୋଶୀ ଭାବେ ରହୁଥିଲେ। ବିବାହର ବର୍ଷେ ବିତିଥିଲେ ବି ମହେଶ ଓ ରତ୍ନାମ୍ମାଙ୍କର କୌଣସି ସନ୍ତାନ ହୋଇନଥିବା ବେଳେ ଗୌରାମ୍ମା ଏକ ଝିଅ ଜନ୍ମ ଦେଇଥିଲେ। ଝିଅର ନାଁ ରଖିଥିଲେ ମହାଲକ୍ଷ୍ମୀ।

rape

 

ନିଜର ଛୁଆ ନ ହେବାରୁ ଈର୍ଷାରେ ମହେଶ ମହାଲକ୍ଷ୍ମୀଙ୍କୁ ମାରିବାକୁ ଯୋଜନା କରିଥିଲେ। ସୋମବାର ୧୨.୩୦ରେ ମହାଲକ୍ଷ୍ମୀ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ମହେଶ ତାଙ୍କୁ ଭୂତଳ ଟାଙ୍କି/ ସମ୍ପକୁ ଠେଲି ଦେଇଥିଲେ। ମହାଲକ୍ଷ୍ମୀଙ୍କ ମୃତ୍ୟୁ ଘଟିବା ପରେ ସେ ଓ ତାଙ୍କ ଦ୍ୱିତୀୟ ପତ୍ନୀ ମୃତଦେହକୁ ବାହାର କରି ଜରି ବ୍ୟାଗ୍‌ରେ ପୂରାଇ ଘରେ ଲୁଚାଇ ରଖିଦେଇଥିଲେ।

ଝିଅ ଘରକୁ ନ ଫେରିବାରୁ ମା’ଗୌରାମ୍ମା ତାଙ୍କୁ ଚାରିଆଡ଼େ ଖୋଜିଥିଲେ। ମହାଲକ୍ଷ୍ମୀ ନ ମିଳିବାରୁ ସେମାନେ ଶେଷରେ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ପୂର୍ବ ସ୍ୱାମୀ ଓ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରୁଥିବା ଦର୍ଶାଇଥିଲେ। ପୋଲିସ ମହେଶଙ୍କ ଘରେ ପହଞ୍ଚି ଖୋଜାଖୋଜି କରିବାରୁ ଜରିରେ ଗୁଡ଼ା ହୋଇଥିବା ମହାଲକ୍ଷ୍ମୀଙ୍କ ମୃତଦେହ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.