Below header

କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କଲା ଭିଜିଲାନ୍ସ

ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କଲା ଭିଜିଲାନ୍ସ। କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ ବାବୁଙ୍କ ରହିଛି ମଲ୍ଟି ଷ୍ଟୋରେଜ ବିଲ୍ଡିଂ ।

କଟକ (କେନ୍ୟୁଜ୍): ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କଲା ଭିଜିଲାନ୍ସ। କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ ବାବୁଙ୍କ ରହିଛି ମଲ୍ଟି ଷ୍ଟୋରେଜ ବିଲ୍ଡିଂ । ଭୁବନେଶ୍ୱର ଓ କଟକର ପ୍ରାଇମ ଲୋକେସନରେ ୭ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ଏକ ଦୁଇ ମହଲା କୋଠା ଠାବ ହୋଇଛି।

ଚଢ଼ାଉ ବେଳେ ତାଙ୍କ ଘରୁ ୩୮ଲକ୍ଷ ଟଙ୍କାର ସୁନା ରୁପା ଗହଣା ଠାବ ହୋଇଛି । ୧୨ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ ଜମା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ପୁଅ ଝିଅଙ୍କ ପାଠପଢାରେ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା । ଏତିକିରେ ସିମିତ ନାହିଁ ବାବୁଙ୍କ ସମ୍ପତ୍ତି ତାଲିକା। ରେଡ୍‌ ବେଳେ ସୌଭାଗ୍ୟନଗର ଘରୁ ବାହାରିଛି ହୀରା ହାର, ୨ ହଜାର ଟଙ୍କିଆ ନୋଟ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଥିଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.