ବାହାନଗା ଟ୍ରେନ୍ ଦୁର୍ଘଟଣା: ଏସସିବିରେ ଚିକିତ୍ସିତ ଅବସ୍ଥାରେ ଜଣେ ଗୁରୁତରଙ୍କ ମୃତ୍ୟୁ

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ମୃତ। ଏସସିବିରେ ଚିକିତ୍ସିତ ଅବସ୍ଥାରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି। ମୃତକ ବିହାରର ବିଜୟ ପାଶୱାନ।

କଟକ(କେନ୍ୟୁଜ୍): ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ମୃତ। ଏସସିବିରେ ଚିକିତ୍ସିତ ଅବସ୍ଥାରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି। ମୃତକ ବିହାରର ବିଜୟ ପାଶୱାନ।

ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣାରେ ବିଜୟ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ଟ୍ରେନ ଦୁର୍ଘଟଣାରେ ପୂର୍ବରୁ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.