Below header

ନୀତିଶ କୁମାରଙ୍କୁ ବଡ ଝଟକା, ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଜିତନ ରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ

ନୀତିଶ କୁମାର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ଜେଡିୟୁରେ ତାଙ୍କ ଦଳକୁ ବିଲୟ କରିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଉଥିଲା । ଏହାକୁ ନେଇ ସେ ଅସନ୍ତୋଷ୍ଟ କାରଣରୁ ସେ ଇସ୍ତଫା ଦେଇଛନ୍ତି ।

ବିହାର ରାଜନୀତିରେ ବଡ ହଲଚଲ । ନୀତିଶ କୁମାର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ସେ ନୀତିଶଙ୍କ ସରକାରରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ବ ତୁଲାଉଥିଲେ । ସେ ତାଙ୍କର ଇସ୍ତଫା ନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ ସୂଚନା ଦେଇଛନ୍ତି ।

ସନ୍ତୋଷ ମାଞ୍ଝୀ ଇସ୍ତଫା ଦେବା ପରେ କହିଛନ୍ତି କି, ଜେଡିୟୁରେ ତାଙ୍କ ଦଳକୁ ବିଲୟ କରିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଉଥିଲା । ଏହାକୁ ନେଇ ସେ ଅସନ୍ତୋଷ୍ଟ ଥିଲେ ଓ ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି ।

ତେବେ ସନ୍ତୋଷ ମାଞ୍ଝୀଙ୍କ ଇସ୍ତଫାକୁ ନେଇ ମନ୍ତ୍ରୀ ଲେସି ସିଂ କହିଛନ୍ତି, ମୁଁ ଜାଣିନାହିଁ  ସନ୍ତୋଷ ଜୀ ଇସ୍ତଫା ଦେଇଛନ୍ତି । ତେବେ କିଏ ଦଳରୁ ଇସ୍ତଫା ଦେଲେ ଦଳକୁ କିଛି ଫରକ ପଡେନାହିଁ । ଆଜି କିଏ ଛାଡି ଚାଲିଯାଇଛି, ଆଉ କିଏ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.