ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରଜ ଭେଟି। ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର। ପେନ୍‌ସନଭୋଗୀଙ୍କ ଟିଆଇ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ଡିଏ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରଜ ଭେଟି । ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ପେନ୍‌ସନଭୋଗୀଙ୍କ ଟିଆଇ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ଡିଏ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା ମହଙ୍ଗା ଭତ୍ତା-DA ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।

୨୦୨୩ ଜାନୁଆରୀରୁ ଏହା ପିଚ୍ଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ଡିଏ ଚଳିଚ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ । ପେନ୍‌ସନ ଭୋଗୀ ମାନେ ମଧ୍ୟ ଜୁନ ମାସ ପେନ୍‌ସନରେ ବର୍ଦ୍ଧିତ ଟିଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ୭ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ।

Leave A Reply

Your email address will not be published.