Below header

୫ ହଜାର ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ, ଏବେ ଭିଜିଲାନ୍ସ କଲା ଗିରଫରେ

କେନ୍ଦ୍ରାପଡା (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ଆଳି ଥାନା ଏଏସଆଇ ରଣେନ୍ଦ୍ର ସାମଲ । ନିଆଳି ଗାଁର ବାନାମ୍ବର ଦାଶ ତାଙ୍କ ବାଇକ୍କୁ ଥାନାରୁ ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ । ପୂର୍ବ ଯୋଜନା ମୁତାବକ ଏଏସଆଇ ୫ ହଜାର ଟଙ୍କା ନେଉଥିବା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ରେଡ୍ ହ୍ୟାଣ୍ଡ ଧରିଥିଲା । ଏହାପରେ ଆଳି ଥାନା, କ୍ୱାର୍ଟର, ତାଙ୍କ ଜଗତସିଂହପୁର ସ୍ଥିତ ଘରେ ଚଢ଼ାଉ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.