କାହିଁକି ଅର୍ଜୁନଙ୍କ ରଥରେ ଭୀଷ୍ମ ,ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ଦିବ୍ୟାସ୍ତ୍ରର ପଡିନଥିଲା କୌଣସି ପ୍ରଭାବ ?

ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ମହାଭାରତ । ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ ମହାଭାରତ । ଲୋଭ, କ୍ରୋଧ ଏବଂ ନାରୀଙ୍କ ଅପମାନ ଭଳି ଅନେକ ଘଟଣାର ପରିଣାମ ଥିଲା ମହାଭାରତ ଯୁଦ୍ଧ । ମହାଭାରତରେ କୌରବ ସେନାରେ ଥିଲେ ଭୀଷ୍ମ ପିତାମହ,ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ଭଳି ଅନେକ ଯୋଦ୍ଧା । ଯେଉଁଥିପାଇଁ ଦୁର୍ଯ୍ୟୋଧନକୁ ଲାଗୁଥିଲା ଅତି ସହଜରେ ପାଣ୍ଡବଙ୍କୁ ହରାଇପାରିବେ । କିନ୍ତୁ ପାଣ୍ଡବଙ୍କ ପକ୍ଷରେ ଥିଲେ ଭଗବାନ ଶ୍ରୀକୃଷ୍ଣ । ଅର୍ଜୁନଙ୍କ ସାରଥି ଥିଲେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ । ତେବେ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥରେ ଭୀଷ୍ମ , ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣ କାହାର ବି ଦିବ୍ୟାସ୍ତ୍ର କାମ କରୁନଥିଲା । ଜାଣନ୍ତୁ ଏହାର କାରଣ । ଏହା ସହ ଜାଣନ୍ତୁ ଅର୍ଜୁନଙ୍କ ରଥ ସହ ଜଡିତ କିଛି ଅଜଣା କଥା ।

ଯୁଦ୍ଧ ହେବା ପୂର୍ବରୁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ ହନୁମାନଙ୍କୁ ପ୍ରାର୍ଥନା କର ଏବଂ ନିଜ ରଥ ଉପରେ ଧ୍ବଜ ସହ ବିରାଜମାନ କରିବେ । କୃଷ୍ଣଙ୍କ କଥା ମାନି ହନୁମାନଙ୍କୁ ପ୍ରାର୍ଥନା କରିଥିଲେ ଅର୍ଜୁନ ।

ଏହା ସହ ପଢନ୍ତୁ ଯେଉଁ ୫ ଗାଁ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ, ଦେଖନ୍ତୁ କେମିତି ଅଛି ସେଗୁଡିକର ଅବସ୍ଥା

mahabharat arjunକଥାନୁସାରେ, ଅର୍ଜୁନଙ୍କ ରଥ ଚଲାଉଥିଲେ ଶ୍ରୀକୃଷ୍ଣ । ଆଉ ସ୍ବୟଂ ଶେଷନାଗ ରଥର ଚକକୁ ଧରି ରଖିଥିଲେ । ଯାହା ଫଳରେ ଦିବ୍ୟାସ୍ତ୍ରର ପ୍ରହାରରେ ରଥ ପଛକୁ ନଯିବ । ଅର୍ଜୁନଙ୍କ ରଥର ରକ୍ଷା କରୁଥିଲେ କୃଷ୍ଣ, ପ୍ରଭୁ ହନୁମାନ ଏବଂ ଶେଷନାଗ । ଯେତେବେଳେ ଯୁଦ୍ଧ ଶେଷ ହେଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହିଥିଲେ ପ୍ରଥମେ ଆପଣ ରଥରୁ ଓହ୍ଲାନ୍ତୁ ପରେ ମୁଁ ଓହ୍ଲାଇବି । କିନ୍ତୁ ଶ୍ରୀକୃଷ୍ଣ ପ୍ରଥମେ ଅର୍ଜୁନଙ୍କୁ ଓହ୍ଲାଇବା ପାଇଁ କହିଥିଲେ ।

ଭଗବାନଙ୍କ କଥା ଶୁଣି ଅର୍ଜୁନ ରଥରୁ ଓହ୍ଲାଇଗଲେ । ଏହାପରେ ଓହ୍ଲାଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଶେଷନାଗ ପାତାଳ ଲୋକ ଚାଲିଗଲେ ଆଉ ହନୁମାନ ରଥ ଉପରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଯେମିତି ସମସ୍ତେ ରଥରୁ ଓହ୍ଲାଇପଡିଛନ୍ତି ସଙ୍ଗେ ସଙ୍ଗେ ରଥରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ପୁରା ରଥ ଜଳି ଯାଇଥିଲା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କୁ ଏହାର ଉତ୍ତର ମାଗିଥିଲେ ।

mahabharat_kathaଶ୍ରୀକୃଷ୍ଣ ଏହାର ଉତ୍ତରରେ କହିଥିଲେ, ଏହି ରଥ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ଦିବ୍ୟାସ୍ତ୍ରର ପ୍ରହାରରେ ପ୍ରଥମରୁ ଶେଷ ହୋଇସାରିଥିଲା । କିନ୍ତୁ ଭଗବାନ୍ ହନୁମାନ ଏହି ରଥରେ ବିରାଜମାନ ଥିଲେ । ଏବଂ ମୁଁ ସ୍ବୟଂ ଏହାର ସାରଥୀ ଥିଲେ । ସେଥିପାଇଁ ରଥ କେବଳ ମୋର ସଂକଳ୍ପ ଯୋଗୁଁ ଚାଲୁଥିଲା । ଏବେ ରଥର କାମ ପୁରା ହୋଇସାରିଛି । ସେଥିପାଇଁ ମୁଁ ଏହି ରଥକୁ ଛାଡି ଦେଲି ଆଉ ଏହା ଭଷ୍ମ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.