ନିଶାଠାରୁ ଅଧିକ ନିଶାଶକ୍ତ ଇଲେକଟ୍ରୋନିକ୍‌ ଗ୍ୟାଜେଟର ବ୍ୟବହାର, ଜାଣନ୍ତୁ କିପରି ରଖିବେ ନିଜକୁ ଦୂର

ନୂଆଦିଲ୍ଲୀ : ବର୍ତ୍ତମାନ ଦୁନିଆରେ ପିଲାଠାରୁ ଆରମ୍ଭ କରି ବୟସ୍କ ପର‌୍ୟ୍ୟନ୍ତ ସମସ୍ତେ ଇଲେକଟ୍ରୋନିକ୍‌ ଗ୍ୟାଜେଟର ଖୁବ ବ୍ୟବହାର କରୁଛନ୍ତି। ଏହାକୁ ଅଟକାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଇଥିବା ବେଳେ ମଧ୍ୟ କୌଣସି ସଫଳତା ମିଳୁନାହିଁ । ତେବେ ଏନେଇ କିଛି ମନଚିକିତ୍ସକ ଡିଜିଟାଲ ଗ୍ୟାଜେଟର ଅଭ୍ୟାସ ଅନ୍ୟ ଯେକୌଣସି ନିଶା ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ପ୍ରମାଣିତ ହୋଇଛି ।
ଗତ ସପ୍ତାହରେ ଦେଶରେ ଘଟିଥିବା କିଛି ଅଘଟଣ ପରେ ଏହି ଜିନିଷର ସର୍ବସମ୍ମୁଖରେ ଖୁଲାସା ହୋଇଛି। ତାମିଲନାଡୁରେ ଏକ ଟିକଟକ୍‌ କରିବାରୁ ଅଟକାଇବାରୁ ୨୪ବର୍ଷିୟ ମାଆର ମୃତ୍ୟୁ ଏବଂ ପବଜୀ ଖେଳିବା ପାଇଁ ମଧ୍ୟପ୍ରଦେଶର ଗୋଟିଏ ଛାତ୍ରର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ଡିଜିଟାଲ ଅଭ୍ୟାସର ନିଶା ଛଡ଼ାଇବା ପାଇଁ ପ୍ରଥମେ ଏହାର ବ୍ୟବହାରକୁ କମ୍‌ କରିବା ଜରୁରୀ।

Digital-Addiction

ଫୋର୍ଟିସ ହେଲ୍ଥକେୟାରର ମାନସିକ ସ୍ୱାସ୍ଥ୍ୟ ଏବଂ ବ୍ୟବହାରିକ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ସମୀର ପାରୀଖ ଆଇଏଏନଏସକୁ କହିଥିଲେ, “ଲୋକଙ୍କୁ ଘର କାମ, ବାହାର କାମ ଏବଂ ନିଜ ମନୋରଞ୍ଜନ ମଧ୍ୟରେ ସନ୍ତୁଳନ ରଖିବା ନିହାତି ଜରୁରୀ। ଲୋକଙ୍କୁ ଏହା ସୁନିଶ୍ଚିତ ହେବା ଦରକାର କି ସେମାନେ ପର‌୍ୟ୍ୟପ୍ତ ପରିମାଣର ଶୋଉଛନ୍ତି କି ନାହିଁ ।

phone-addiction

 

ଏହା ବ୍ୟତୀତ ବୟସ୍କ ବ୍ୟକ୍ତିଙ୍କୁ ସପ୍ତାହକୁ ଥରେ ଲେଖାଁ ୪ଘଣ୍ଟା ପାଇଁ ଡିଜିଟାଲ ଡିଟକ୍ସ ନେବା ଜରୁରୀ। ଏହି ସମୟରେ ସେ କୌଣସି ପ୍ରକାରର ଡିଜିଟାଲ ଉପକରଣ ବ୍ୟବହାର କରିବା ନିଷେଧ ହେବା ଦରକାର। ଯଦି ଏହି ଚାରି ଘଣ୍ଟା ମଧ୍ୟରେ ତାଙ୍କୁ କୌଣସି ପ୍ରକାରର ଅସୁବିଧା ଅନୁଭୂତ ହେଉଛି ତେବେ ସେ କୌଣସି ଗମ୍ଭୀର ସମସ୍ୟାର ସାମ୍ନା କରୁଥିବା ଜଣାପଡିଥାଏ।

ନୂଆଦିଲ୍ଲୀର ଜଣେ ଡାକ୍ତରଙ୍କ ଅନୁଯାୟୀ, ଗ୍ୟାଜେଟ ଅଧିକ ବ୍ୟବହାର କରୁଥିବା ଲୋକ ତାହା ବିଷୟରେ ସବୁବଳେ ଭାବିଥାନ୍ତି। ଏହି ଉପକରଣର ବ୍ୟବହାର ନକରିବା ଦ୍ୱାରା ତାଙ୍କୁ ଚିଡଚିଡା ଏବଂ କ୍ରୋଧି ଅନୁଭୂତ ହୋଇଥାଏ। ଏଣୁ ଡିଜିଟାଲ ଗ୍ୟାଜେଟର ନିଶା ଅନ୍ୟ କୌଣସି ନିଶା ଭଳି ହିଁ ଖରାପ।

digital -Addiction

ଗ୍ୟାଜେଟ ନିଶା ଥିବା ଲୋକଙ୍କ ନିକଟରେ ରାଗ, ଅନିଦ୍ରା, ଅବସାଦ, ଚିଡ଼ାପଣ ଆଦି ସମସ୍ୟା ଦେଖାଦେଇଥାଏ। ଏଥିକାରଣରୁ ସେମାନେ ଅନ୍ୟ କୌଣସି କାମରେ ଧ୍ୟାନ ଦେଇପାରନ୍ତି ନାହିଁ। ଏଣୁ ପିଲାଙ୍କ ସହ କଥା ହେବା ସହ ତାଙ୍କୁ ଗ୍ୟାଜେଟ ବିହୀନ କାମରେ ନିୟୋଜିତ କରିବାକୁ ଉତ୍ସାହିତ କରିବା କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.