ଟିଟୋର କଳା ସାମ୍ରାଜ୍ୟରେ ପଞ୍ଝା ମାରିଲା ଭିଜିଲାନ୍ସ : ପୋଲିସ, ରାଜସ୍ୱ ଓ ଇଂଜିନିୟର ଲିଙ୍କର ହେବ ଖୋଳତାଡ଼

ଭୁବନେଶ୍ବର :  କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଏବଂ ଇଓଡବ୍ଲୁ ପରେ ଏବେ ଭିଜିଲାନ୍‌ସ । ଟିଟୋର କଳାସାମ୍ରାଜ୍ୟରେ ପଞ୍ଝା ମାରିଛି । ସରକାରୀ ବାବୁ-ଗ୍ୟାଙ୍ଗଷ୍ଟର ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନସ । ତାଲିକାରେ ୫୦ରୁ ଅଧିକ ସରକାରୀ ବାବୁ ଅଛନ୍ତି । ଫୋକସ୍‌ରେ ପୋଲିସ, ରାଜସ୍ୱ ଅଧିକାରୀ ଓ ଇଞ୍ଜିନିୟର । ଟିଟୋକୁ ବିଭିନ୍ନ ଠିକାଦାରି କାମ ପାଇଁ ସୁରକ୍ଷା ଦେବା ଓ ଅନୁକମ୍ପା ଦେଖାଇବା ନେଇ ସେମାନଙ୍କୁ ପଚରାଉରା କରାଯିବ । ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ପାଖରୁ ଭିଜିଲାନ୍ସ ବିଭିନ୍ନ କାଗଜପତ୍ର ନେଇଛି ।

ଯେଉଁଥିରେ ରହିଛି ଟିଟୋର ଆର୍ଥିକ ଅନିୟମିତା, ବେଆଇନ୍‌ କାରବାର ଓ ଟିଟୋ ସମ୍ପୃକ୍ତିରେ ଥିବା ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିର ସୁରାକ୍‌। ଟିଟୋକୁ ରିମାଣ୍ଡରେ ଆଣି ଜେରା ବେଳେ ହାସଲ କରିଖିବା ତଥ୍ୟସବୁ ଭିଜିଲାନ୍ସକୁ ଏସ୍‌ଟିଏଫ୍‌ ଦେଇଛି । କେଉଁସବୁ ସରକାରୀ ବାବୁ ଟିଟୋକୁ ଅନୁକମ୍ପା ଦେଖାଇଥିଲେ ? କେନ୍ଦ୍ରାପଡ଼ା ସମେତ ବିଭନ୍ନ ସ୍ଥାନରେ ଟିଟୋ କାୟା ବିସ୍ତାର କରୁଥିବା ବେଳେ କାହିଁକି ପୋଲିସ ଚୁପ୍‌ ରହୁଥିଲା ? ବାଲିଘାଟ ନିଲାମ୍‌ରେ ଟିଟୋକୁ କେଉଁମାନେ ଅନୁକମ୍ପା ଦେଖାଇଥିଲେ ? କେମିତି ଟିଟୋ ଏତେ ବଡ କଳାସାମ୍ରାଜ୍ୟ ବିସ୍ତାର କଲା ? ଏଭଳି ବିଭିନ୍ନ ଦିଗର ଖୋଳତାଡ଼ କରିବ ଭିଜିଲାନ୍ସ ବିଭାଗ । ସେପଟେ ଟିଟୋ ପାଖକୁ ଆସୁଥିବା ଅର୍ଥର ମଧ୍ୟ ଖୋଳତାଡ଼ ହେବ । ଅର୍ଥ କାରବାର ନେଇ ଇଓଡବ୍ଲୁ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.