ଶିକ୍ଷକ ସାଜିଲେ ଡ୍ରାଇଭର୍ : ପିଲାଙ୍କ ପାଇଁ ଚଳାଇଲେ ବସ୍

କର୍ଣ୍ଣାଟକ :  ଶିକ୍ଷକ ସାଜିଲେ ଡ୍ରାଇଭର୍ । ପିଲାଙ୍କ ପାଇଁ ଚଳାଇଲେ ବସ୍ । କେବଳ ସେତିକି ନୁହେଁ ସ୍କୁଲ୍ ପିଲାଙ୍କ ପାଇଁ ଏହି ବସ୍ ସେ ନିଜ ଅର୍ଥରେ ହିଁ କିଣିଛନ୍ତି । ଘଟଣାଟି ଘଟିଛି କର୍ଣ୍ଣାଟକର ଉଦୁପି ଜିଲ୍ଲାରେ । ସୂଚନା ଅନୁସାରେ, ଯିବା ଆସିବାରେ ଅସୁବିଧା ହେଉଥିବାରୁ ବ୍ରହମାବର ବରୀଲି ବିଦ୍ଯାଳୟର ଅଧିକାଂଶ ଛାତ୍ରଛାତ୍ରୀ ଅଧାରୁ ପାଠ ପଢିବା ବନ୍ଦ କରିଦେଲେ । ଏହାକୁ ଆଖି ଆଗରେ ରଖି ବିଦ୍ଯାଳୟର ପିଟି ଶିକ୍ଷକ ରାଜାରାମ ନେଇଥିଲେ ନିଆରା ପଦକ୍ଷେପ । ନିଜ ପାଖରେ ଥିବା କିଛି ଟଙ୍କା ଏବଂ ସାଙ୍ଗମାନଙ୍କଠାରୁ କିଛି ଆର୍ଥିକ ସାହାଯ୍ଯ ନେଇ ଏକ ବସ୍ ସେବା ଆରମ୍ଭ କରିଥିଲେ । ଜାଣି ଆଶ୍ଚର୍ଯ୍ଯ ହେବେ ରାଜାରାମ ନିଜେ ବସ୍ ଚଳାଇ ପିଲାମାନଙ୍କୁ ନେବା ଆଣିବା କଲେ ।

ରାଜାରାମ ପ୍ରତିଦିନ ସକାଳ ୮ରୁ ବାହାରି ୪ଟି ଟ୍ରିପରେ ପିଲାଙ୍କୁ ସ୍କୁଲ୍ ଆଣନ୍ତି । ରାଜାରାମଙ୍କ ଏହି କାର୍ଯ୍ଯ ଯୋଗୁଁ ସ୍କୁଲରେ ଧୀରେ ଧୀରେ ପିଲାଙ୍କ ସଂଖ୍ଯା ମଧ୍ୟ ବଢିବାରେ ଲାଗିଛି । ଏବେ ରାଜାରାମ୍ ନିଜ ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.