ଖୋଲିଲା ହୀରାକୁଦ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍‌ । ବର୍ତ୍ତମାନ ମୋଟ୍‌ ୧୩ଟି ଗେଟ୍‌ ନେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୩୬ ଘଣ୍ଟା ପରେ ହୀରାକୁଦ ଜଳ କଟକ ନରାଜରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ସଜାଗ ରହିଛି । ସେପଟେ ବର୍ଷା କମିଥିବାରୁ ବନ୍ୟାର ଆଶଙ୍କା ନଥିବା ଏସ୍‌ଆରସି କହିଛନ୍ତି ।

ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ପୂର୍ବରୁ ପୂଜାର୍ଚ୍ଚନା । ତା’ପରେ ଖୋଲିଲା ଗେଟ୍‌। ସୁଇଚ୍‌ ଟିପି ଗେଟ୍‌ ଖୋଲିଲେ ଡ୍ୟାମ୍‌ କର୍ତ୍ତୃପକ୍ଷ । ପ୍ରଥମେ ୭ ନମ୍ବର ଗେଟ୍‌ରୁ ବାହାରିଲା ବନ୍ୟାଜଳ । ଉପର ମୁଣ୍ଡରେ ବର୍ଷା ହେଲେ ଅଧିକ ଗେଟ୍‌ ଖୋଲାଯିବ । ତେଣୁ ମହାନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ମାଇକ୍‌ ଯୋଗେ ସୂଚନା ଦିଆଯାଇଛି ।

ହୀରାକୁଦ ଗେଟ୍‌ ଖୋଲିଥିଲେ ବି ମହାନଦୀ ତଳମୁଣ୍ଡରେ ବର୍ଷା କମିଛି । ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି । ତେବେ ଆସନ୍ତା ଦୁଇ ତିନି ଦିନ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବ । କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।ହୀରାକୁଦର ବନ୍ୟାଜଳ ବୁଧବାର ରାତିରେ କଟକର ନରାଜରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ସଜାଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.