Below header

ଅପହଞ୍ଚ ଇଲାକାର ଅକୁହା କଥା, ମୌଳିକ ସୁବିଧାରୁ ବଞ୍ଚିତ ଲାମିଠୁଟା ଗ୍ରାମବାସୀ

ସରକାର ଗ୍ରାମଂଚଳର ଉନ୍ନତି ପାଇଁ ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନରୁ ବଂଚିତ ରହୁଛନ୍ତି ଗାଁ ଲୋକ । ଆଜି ଆମେ ଏମିତି ଏକ ଗାଁ ବିଷୟରେ ଅବଗତ କରାଇବୁ ଯେଉଁ ଗାଁ କୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି। ଗାଁରେ ରହିଛି ଅନେକ ସମସ୍ୟା । ରାସ୍ତା ଶିକ୍ଷା ସ୍ଵାସ୍ଥ୍ୟ ପାଣି ଏସବୁ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ ।

କଣ୍ଟାବାଞ୍ଜି (କେନ୍ୟୁଜ୍): ସରକାର ଗ୍ରାମଂଚଳର ଉନ୍ନତି ପାଇଁ ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନରୁ ବଂଚିତ ରହୁଛନ୍ତି ଗାଁ ଲୋକ । ଆଜି ଆମେ ଏମିତି ଏକ ଗାଁ ବିଷୟରେ ଅବଗତ କରାଇବୁ ଯେଉଁ ଗାଁ କୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି। ଗାଁରେ ରହିଛି ଅନେକ ସମସ୍ୟା । ରାସ୍ତା ଶିକ୍ଷା ସ୍ଵାସ୍ଥ୍ୟ ପାଣି ଏସବୁ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ ।

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ଲାମିଠୁଟା ଗାଁ । ଲାମିଠୁଟା ଗାଁରେ ପ୍ରାୟ ୨୫ ଘର ଆଦିବାସୀ ଓ ବିଭିନ୍ନ ସମ୍ପଦାୟ ଲୋକ ବସବାସ କରନ୍ତି । ଏହି ପରିବାର ସରକାରି ସୁବିଧା କଣ ତାହା ଠିକରେ ଜାଣି ନାହାନ୍ତି । ଗାଁ କୁ ଯିବାକୁ କୌଣସି ପକ୍କା ରାସ୍ତାଟିଏ ମଧ୍ୟ ନାହିଁ ଖାଲ ଢିପ ନାଳ ପାର ହୋଇ ୪ କିମି ଗଲେ ପକ୍କା ରାସ୍ତା ମିଳେ । ବିଶୁଦ୍ଧ ପାଣି ସାତ ସପନ, କୂଅ ପାଣି ସାହା ଭରଷା । ଗାଁରେ ଗୋଟିଏ ବି ନଳକୂପ ନାହିଁ । ସକାଳ ପାଇଲେ ଗାଁ ଲୋକଙ୍କୁ ପାଣି ଚିନ୍ତା ଘାରିଥାଏ । ଗାଁରେ କୌଣସି ଅଙ୍ଗନବାଡି କିମ୍ବା ସ୍କୁଲଟିଏ ବି ନାହିଁ । ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା କୁନିକୁନି ଶିଶୁ ମାନେ ୩ କିମି ପହାଡ ତଳକୁ ନଦୀ ପାର୍ କରି ଯାଇଥାନ୍ତି ।

ବର୍ଷା ଦିନରେ ରାସ୍ତା ଠିକ ନଥିବା ଯୋଗୁ ସ୍କୁଲ ଯାଆନ୍ତି ନାହିଁ ଶିଶୁ ମାନେ । ଅଙ୍ଗନବାଡ଼ି ସେଣ୍ଟର ନଥିବା ଯୋଗୁ ଗର୍ଭବତୀ ମହିଳା ଏବଂ ଶିଶୁ ମାନେ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଗର୍ଭବତୀ ମହିଳା ମାନେ ଯାହା ସବୁ ସୁବିଧା ପାଇବା କଥା ତାହା ବି ପାଉ ପାରୁନାହାନ୍ତି । ଗାଁ କୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଅନେକ ସମୟରେ ଗର୍ଭବତୀ ମହିଳା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଗାଁର ଲୋକ ପେଟ ପାଟଣା ପାଇଁ ପ୍ରତ୍ୟେକ ଦିନ ଯୁଦ୍ଧ ଭଲି ସଂଘର୍ଷ କରୁଛନ୍ତି । ଜଙ୍ଗଲ ଘେରା ଗାଁରେ ବସବାସ କରୁଥିବା ଏହି ଲୋକ ମହୁଲ କେନ୍ଦୁପତ୍ର ସହ ଅନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାହା ବିକ୍ରି କରି ନିଜ ପରିବାର ଚଲାଉଛନ୍ତି । କେବେ କେମିତି କାମ ମିଳିଲେ ଦିନ ମଜୁରିଆ ଭାବେ କାମ କରନ୍ତି ନହେଲେ ହାତବାନ୍ଧି ଘରେ ବସିବାକୁ ବାଧ୍ୟ ହୋଇଥାନ୍ତି ।

ଜଙ୍ଗଲ ଘେରା ଗାଁରେ ଲୋକ ବାସବାସ କରୁଥିବାବେଳେ ସବୁ ସମୟରେ ଜଙ୍ଗଲୀ ହାତୀ ଏବଂ ଅନ୍ୟ ପଶୁ ପାଇଁ ଭୟଭିତ ରହିଥାନ୍ତି । ଯଦି ଗାଁ ଲୋକ କିଛି ଚାଷ କରିବା ପାଇଁ ଚେଷ୍ଟା କରିଥିଲେ ତାହା ହାତି ନଷ୍ଟ କରିଦିଏ । ଗାଁ ଲୋକେ ଆଜି ଯାଏ ବିଜୁଳି ପାଇ ନାହାନ୍ତି । ନେତାଙ୍କ କଥା ନକହିବା ଭଲ । କେବଳ ନେତା ମାନେ ଭୋଟ ସମୟରେ ଯାଉଥିବା ଭୋଟ ପରେ ଆଉ ନେତାଙ୍କ ଦେଖା ଦର୍ଶନ ମିଳେନାହିଁ । ଗାଁର ସମସ୍ୟା ନେଇ ଆମେ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କୁ ଏହି ଗାଁ ବିଷୟରେ ପଚାରିଥିଲୁ , ସେ କହିଛନ୍ତି ବିଭିନ୍ନ ପତ୍ର ପତ୍ରିକାରେ ଖବର ପାରିବେଷଣ ପରେ ସେ ଗାଁ ବିଷୟରେ ଜାଣିବାକୁ ପାଇଥିଲେ । ଆଜି ଏକ ଟିମ ସେ ଗାଁକୁ ଯାଇ ତଦାରଖ କରିବା ପରେ ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.