କୋଚିଂ କ୍ଲାସ୍‌ ସାରି ଘରକୁ ଫେରୁଥିଲେ, ଟ୍ରାଏଲ୍‌ ଟ୍ରେନ୍‌ ସଂସ୍ପର୍ଶରେ ଆସି ଦୁଇ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଟ୍ରାଏଲ ଟ୍ରେନ୍‌ ସଂସ୍ପର୍ଶରେ ଆସି ଦୁଇ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ରେଳଧାରଣା ଉପରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଟ୍ରାଏଲ ଟ୍ରେନ୍‌ ସଂସ୍ପର୍ଶରେ ଆସି ଦୁଇ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ରେଳଧାରଣା ଉପରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଗତକାଲି ରେଲୱେ ଏହି ଟ୍ରାକ୍‌ ଉପରେ ଟ୍ରେନ୍‌ର ଟ୍ରାଏଲ କରୁଥିଲା। ତେବେ ଦୁର୍ଘଟଣା ସମୟରେ ରେଳଧାରଣା ଉପରେ ଯାଉଥିବା ୩ ଛାତ୍ରୀଙ୍କ ମଧ୍ୟରୁ ଜଣେ ରକ୍ଷା ପାଇଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଟ୍ରେନ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ତୁଲସୀରାମ ସିଲାଓ୍ଵଟ ଇନ୍ଦୋରର କେଲୋଦ ହାଲା ରେଳ ଟ୍ରାକ୍‌ ଉପରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରତଲାମର ଡିଆର୍‌ଏମ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଦୁର୍ଘଟଣାରେ ମୃତ ଛାତ୍ରୀଦ୍ୱୟ ହେଲେ, ୧୭ ବର୍ଷର ବବ୍‌ଲି ଓ ରାଧିକା।

ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଦୁଇ ଜଣ କୋଚିଂ କ୍ଲାସ୍‌ରେ ପାଠପଢ଼ି ଘରକୁ ଫେରୁଥିଲେ। ସେମାନେ ରେଳଧାରଣା ଉପରେ ଚାଲି ଚାଲି ଯାଉଥିବା ବେଳେ ଟ୍ରେନ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଦୁହେଁ ୧୦ମ ଶ୍ରେଣୀର ଛାତ୍ରୀ। ରେଳଧାରଣା ଅତିକ୍ରମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟ ଛାତ୍ରୀ ଜଣକ ଆଗରେ ଯାଉଥିବା ବେଳେ ଦୁଇ ଜଣ ଛାତ୍ରୀ ତାଙ୍କ ପଛରେ ଯାଉଥିଲେ। ଘଟଣା ଗୁରୁବାର ସନ୍ଧ୍ୟା ସାଢ଼େ ୬ଟାର ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.