ଅଧିକ ହେଲ୍‌ଦି ଖାଦ୍ୟ ବି ହୋଇପାରେ ହାନିକାରକ, କରିପାରନ୍ତି ଏହି ପ୍ରକାରର ଡିସଅର୍ଡରର ସାମ୍ନା

ଅନେକ ଲୋକ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଚିନ୍ତିତ ରହିଥାନ୍ତି, ସେଥିପାଇଁ ସେମାନେ ଖାଦ୍ୟ ପଦାର୍ଥରେ ଥିବା ପୁଷ୍ଟିକର ଖାଦ୍ୟ, କ୍ୟାଲୋରୀ, ମିନିରଲ୍ସ ଉପରେ ନଜର ରଖନ୍ତି । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ପ୍ରକାର ଡିସଅର୍ଡର, ଯାହାକୁ ଅର୍ଥୋରେକ୍ସିଆ କୁହାଯାଏ ।

ଖାଇବା କଥା ଆସିବା ମାତ୍ରେ ଲୋକମାନେ ବିଭିନ୍ନ ପ୍ରକାରର ଟେଷ୍ଟି ଖାଦ୍ୟ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରିଦିଅନ୍ତି । ତେବେ ହେଲ୍‌ଦି ଖାଦ୍ୟ କିଏ ପସନ୍ଦ କରେ ନାହିଁ ? ବର୍ତ୍ତମାନ ସମସ୍ତ ପ୍ରକାରର ରୋଗରୁ ସୁରକ୍ଷିତ ରହିବା ପାଇଁ, ଡାଏଟ୍‌ରେ ହେଲ୍‌ଦି ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ହେଲ୍‌ଦି ଖାଇବା ମଧ୍ୟ ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ । ଯେପରି ଅନେକ ଲୋକ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଚିନ୍ତିତ ରହିଥାନ୍ତି, ସେଥିପାଇଁ ସେମାନେ ଖାଦ୍ୟ ପଦାର୍ଥରେ ଥିବା ପୁଷ୍ଟିକର ଖାଦ୍ୟ, କ୍ୟାଲୋରୀ, ମିନିରଲ୍ସ ଉପରେ ନଜର ରଖନ୍ତି । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ପ୍ରକାର ଡିସଅର୍ଡର, ଯାହାକୁ ଅର୍ଥୋରେକ୍ସିଆ କୁହାଯାଏ ।

ତେବେ ସୂଚନା ମୁତାବକ, ଅର୍ଥୋରେକ୍ସିଆ ହେଉଛି ଏକ ଏପରି ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ଅଧିକ ହେଲ୍‌ଦି ଖାଦ୍ୟ ଖାଇବାରେ ଅସ୍ୱାସ୍ଥ୍ୟକର ଅଭ୍ୟାସ ସୃଷ୍ଟି କରିଥାଏ । ତାହେଲେ ଆସନ୍ତୁ ଜାଣିବା ଅର୍ଥୋରେକ୍ସିଆର କାରଣ କ’ଣ ଏବଂ ଏହାକୁ କିପରି ଏଡାଇ ହେବ । ଯାହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ଏବଂ ଆପଣ ଅନେକ ରୋଗରୁ ବଞ୍ଚି ପାରିବେ ।

ମେଡିକାଲ କଣ୍ଡିସନ୍‌ :
ଡାକ୍ତରଙ୍କ ସୂଚନା ମୁତାବକ, ଅର୍ଥୋରେକ୍ସିଆ ଏକ ପ୍ରକାର ଫୁଡ୍‌ ଡିସଅର୍ଡର, ଏଥିରେ ଆପଣଙ୍କ ମନ ସୁସ୍ଥ ଏବଂ ଭଲ ଖାଦ୍ୟ ଖାଇବା ପାଇଁ ସବୁ ବେଳେ ଧ୍ୟାନ ଦେଇଥାଏ । ଏପରି ଭାବେ ଆପଣ ସର୍ବଦା ସୁସ୍ଥ ଖାଦ୍ୟ ଖାଇବା ଉପରେ ନଜର ରଖିବା ଆରମ୍ଭ କରନ୍ତି । ଏହି ଡିସଅର୍ଡରରେ ପୀଡିତ ଲୋକମାନେ ସର୍ବଦା ଖାଦ୍ୟର ପୁଷ୍ଟିକର ମୂଲ୍ୟ ଯାଞ୍ଚ କରିଥାନ୍ତି । ଏହା ସହ ସବୁ ବେଳେ ସଫା ସୁତୁରା ଉପରେ ଧ୍ୟାନ ଦେଇଥାନ୍ତି । ଏଥିରେ ପୀଡିତ ଲୋକମାନେ ହେଲ୍‌ଦି ଖାଦ୍ୟକୁ ନେଇ ଏତେ ଚିନ୍ତିତ ରୁହନ୍ତି ଯେ ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ଏକ ପ୍ରକାରର ଡିସଅର୍ଡରରେ ପୀଡିତ ଅଛନ୍ତି ବୋଲି ।

ଏହାର କାରଣ କ’ଣ ?
ଏହାକୁ ନେଇ ଡକ୍ତର କହିଛନ୍ତି, ଯେ ଅର୍ଥୋରେକ୍ସିଆର ଡିସଅର୍ଡରର ଅନେକ କାରଣ ଥାଇପାରେ । ଯଦି ଜଣେ ବ୍ୟକ୍ତି ବାରମ୍ବାର ସୋସିଆଲ ମିଡିଆରେ ହେଲ୍‌ଦି ଖାଦ୍ୟର ଫଟୋ ଦେଖନ୍ତି, ତେବେ ତାଙ୍କୁ ହେଲ୍‌ଦି ଖାଦ୍ୟ ଖାଇବା ପାଇଁ ଅଧିକ ମନ ହୋଇଥାଏ । ଏହା ବ୍ୟତୀତ ଜଣେ ବ୍ୟକ୍ତିର ମେଣ୍ଟାଲ୍‌ ହେଲ୍‌ଥ୍‌ ମଧ୍ୟ ଏହାର କାରଣ ହୋଇପାରେ ।

କିପରି ରକ୍ଷା ପାଇବେ :
ଡକ୍ତର କହିଛନ୍ତି ଯେ ଏଥିରୁ ରକ୍ଷା ପାଇବା ପାଇଁ ଜଣେ ଭଲ ଡାଏଟିସିଆନଙ୍କ ଦ୍ୱାରା ଆପଣ ଡାଏଟ ପ୍ଲାନ ପାଇବା ଜରୁରୀ ହୋଇଥାଏ ଏବଂ ଅତ୍ୟଧିକ ଟେନସନ ହେଲେ ଏହାକୁ ନେଇ ସେହି ଫିଲ୍ଡିର ଡକ୍ତରଙ୍କ ଠାରୁ ଥେରାପି ଏବଂ ପରାମର୍ଶ ନିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.