ଗ୍ଲୋବାଲ ମଡେଲ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଟାଇଟଲ ଜିତିଲେ ସୁପ୍ରିୟା

ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରୀୟା ମିଶ୍ର, ଏବେ ଏଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସର୍ବଭାରତୀୟ ସ୍ତରରେ ମଡେଲ ପ୍ରତିଯୋଗିତାରେ ସାରା ଦେଶରେ ନମ୍ବର ଓ୍ଵାନ ହେବା ସହ ବିଦେଶ ପାଇଁ ଟିକେଟ ଆଣିଛନ୍ତି ।

ବୌଦ୍ଧ (କେନ୍ୟୁଜ୍): ସମଗ୍ର ଦେଶ ସମେତ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୁପ୍ରିୟା ମିଶ୍ର । ପ୍ରବଳ ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ମଣିଷକୁ ସଫଳତା ଆପେ ଆପେ ମିଳିଯାଏ । ଏଭଳି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିୟା ।

ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରୀୟା ମିଶ୍ର, ଏବେ ଏଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସର୍ବଭାରତୀୟ ସ୍ତରରେ ମଡେଲ ପ୍ରତିଯୋଗିତାରେ ସାରା ଦେଶରେ ନମ୍ବର ଓ୍ଵାନ ହେବା ସହ ବିଦେଶ ପାଇଁ ଟିକେଟ ଆଣିଛନ୍ତି । ଗତ ୨୪ ତାରିଖରେ ମହାରାଷ୍ଟ୍ରର ସଙ୍ଗଲି ଠାରେ ଆୟୋଜିତ ହୋଇଥିଲା ଗ୍ଲୋବାଲ ମଡେଲ ଇଣ୍ଡିଆ ପ୍ରତିଯୋଗିତା । ଯେଉଁ ପ୍ରତିଯୋଗିତାରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୋଟ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ ଏହି ପ୍ରତିଯୋଗୀତାରେ ସୁପ୍ରୀୟା ମିଶ୍ର ଟାଇଟଲ ଜିତିବା ସହ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନିତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦୨୪ ରେ ନେପାଳରେ ହେବାକୁଥିବା ଆନ୍ତର୍ଜାତୀୟ ପ୍ରତିଯୋଗିତାରୁ ସେ ଏକମାତ୍ର ଭାରତୀୟ ଭାବେ ପ୍ରତିନିଧିତ୍ୱ କରିବେ ।

ତାଙ୍କର ଏ ସଫଳତାରେ ସାରା ରାଜ୍ୟ ଗର୍ବିତ ହୋଇଉଠିଛି । ସେ ଆଗକୁ ମଧ୍ୟ ଏଭଳି ସଫଳତା ଆଣିବେ ବୋଲି ଅଞ୍ଚଳ ବାସୀ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.