Below header

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡିବା ଭିଡିଓ ଭାଇରାଲ, ଜଣକୁ ଗିରଫ କଲା ରାୟଗଡ଼ା ପୋଲିସ

ରାୟଗଡ଼ା: ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡିବା ଭିଡିଓ ଭାଇରାଲ ଅଭିଯୋଗରେ ଜଣକୁ ଗିରଫ କରିଛି ରାୟଗଡ଼ା ପୋଲିସ। ଯୁବକ ଜଣକ ହେଲେ ଅଗସ୍ତି ଗରଡ଼ା। ତା ଘର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଲି ଗାଁରେ। ପଞ୍ଚାଲି ଗାଁର କିଛି ସ୍ଥାନୀୟ ଯୁବକ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଘଟଣାରେ ରାୟଗଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.