ବାଲେଶ୍ୱର ସୋର ଥାନା ରେଳ ଷ୍ଟେସନ ନିକଟରୁ ଚକୋଲେଟ୍ ଲୋଭ ଦେଖାଇ ପିଲାକୁ ଅପହରଣ

ବାଲେଶ୍ୱର: ଚକୋଲେଟ୍ ଲୋଭ ଦେଖାଇ ଅପହରଣ। ବାଲେଶ୍ୱର ଜିଲ୍ଲା ସୋର ଥାନା ରେଳ ଷ୍ଟେସନ ନିକଟରୁ ଜଣେ ପିଲାକୁ ଚକୋଲେଟ୍ ଦେଇ ଅପହରଣ କରନିଆଯାଇଥିବା ଅଭିଯୋଗ ହୋଇଛି। ବାହାନଗା ଅଞ୍ଚଳର ବର୍ଷା ବିନ୍ଧାଣି ନାମକ ଜଣେ ମହିଳା ନିଜ ପିଲା ସହ ସୋର ଅଞ୍ଚଳରେ ଭିକ ମାଗି ଚଳୁଥିଲେ। ସଂଧ୍ୟାରେ ଘରକୁ ଯିବାକୁ ମାଆ ଓ ପିଲା ଷ୍ଟେସନକୁ ଯାଇଥିବା ସମୟରେ କେହି ଜଣେ ଚକଲେଟ୍ ଦେବ କହି ପିଲାଟିକୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ପିଲାଟିର ସନ୍ଧାନ ମିଳୁନଥିବା ବେଳେ ମାଆ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.