ଭକ୍ତଙ୍କଠାରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ, କଟକରେ ଚାଲିଛି ଦୁର୍ଗାପୂଜା ଭସାଣ ଉତ୍ସବ

କଟକ: ସରିଛି ଦଶହରା। ଆଜି ମାଆଙ୍କ ବିଦାୟ ପର୍ବ। ଭକ୍ତଙ୍କଠାରୁ ମେଲାଣି ନେଉଛନ୍ତି ମାଆ ଜଗତଜନନୀ। କଟକରେ ଚାଲିଛି ଦୁର୍ଗାପୂଜା ଭସାଣ ଉତ୍ସବ । ସହରର ବିଭିନ୍ନ ସ୍ଥାନରୁ ମେଢ଼ ଶୋଭଯାତ୍ରା ବାହାରିଛି । ଗତକାଲି ବିଳମ୍ବିତ ରାତିରେ କିଛି ମେଢ଼ ବିସର୍ଜନ ଶେଷ ହୋଇଛି । ସକାଳ ୭ଟା ସୁଦ୍ଧା ୧୧ଟି ମେଢ଼ ବିସର୍ଜିତ ହୋଇଛି। ବିସର୍ଜନ ପାଇଁ ଦେବୀଗଡ଼ା ଘାଟରେ ସିଏମସି ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ପ୍ରାୟ ୧୫୦ରୁ ଅଧିକ ମେଢକୁ ଏଠାରେ ବିସର୍ଜନ କରାଯିବ। ନଦୀ ପ୍ରଦୂଷଣ ରୋକିବାକୁ ସିଏମସି ପକ୍ଷରୁ ଗୁରୁତ୍ୱ ଦେଇ ଆସୁଛି। ସହରର ମୁଖ୍ୟ ରାସ୍ତା ଦେଇ ଦେବୀଗଡ଼ା ଅଭିମୁଖେ ମେଢ଼ ଗୁଡିକ ଯାଉଛି। ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶସାନ ପକ୍ଷରୁ ବ୍ୟବସ୍ଥା ହୋଇଛି। ଦିନ ୧୧ଟାରୁ ଟ୍ରାଫିକ କଟକଣା ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.