Below header

ଭୁଶୁଡ଼ିଲା ପୁରୀର ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରୀ ଏବଂ ଦବିଲା ରାସ୍ତା

ପୁରୀ (କେନ୍ୟୁଜ୍) : ଭୁଶୁଡ଼ିଲା ପୁରୀର ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରୀ । ଏହା ସହ ରାସ୍ତା ମଧ୍ୟ ଦବିଛି । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏବେ ପୋଖରୀ ଉପରେ ଘର କରି ରହୁଥିବା ଟିକରପଡ଼ା ଓ ନୂଆସାହି ବାସିନ୍ଦାଙ୍କ ଉପରେ ବିପଦ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ଏହି ଘଟଣା ପରେ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୁରୀକୁ ଐତିହ୍ୟ ସହର ପାଇଁ ଉଦ୍ୟମ ହେଉଥିବା ବେଳେ ଏପର୍ଯ୍ୟନ୍ତ ପୁଷ୍କରିଣୀର ପୁନରୁଦ୍ଧାର କରାଯାଉନାହିଁ । କିଛି ଦିନ ତଳେ ଇଦ୍ରଦ୍ୟୁମ୍ନ ପୋଖରୀ ଉପରୁ ଭାଙ୍ଗିଥିବା ପାଚେରୀର ନିର୍ମାଣ କରାଯାଇଥିଲା । ଏହା ଭୁଶୁଡ଼ି ପଡ଼ିବା ପରେ ନିମ୍ନ ମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ପିତୃପକ୍ଷ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଏଠାରେ ତିଳତର୍ପଣ ଓ ପିଣ୍ଡଦାନ ମଧ୍ୟ କରୁଛନ୍ତି । ଏଣୁ ଏହି ପାଚେରୀର ସୁରକ୍ଷା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.